April 30, 2026

ମୋହନା ଠାରେ ବ୍ଲକ ସ୍ତରୀୟ ଏବଂ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ …

IMG-20240621-WA0008
Share


ମୋହନା ,ଜିରାଙ୍ଗ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଗଜପତି ଜିଲ୍ଲା ମୋହନା ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଯୋଗ ଦିବସ ପାଳନ ଅବସରରେ ପତଞ୍ଜଳି ଯୋଗ ପୀଠ କର୍ମକର୍ତ୍ତା ତଥା ଯୋଗ ଗୁରୁ ରଞ୍ଜନ ମହାନ୍ତି ଯୋଗ ଦେଇ ଯୋଗ ପ୍ରଶିକ୍ଷଣ ଦେବା ସହ ଯୋଗର ଉପକାରିତା ବିଷୟରେ ବୁଝାଉଥିଲେ । ଏଥିରେ ସ୍ଥାନୀୟ ତିବତିୟ ମହିଳା ପୁରୁଷ, ବୌଦ୍ଧ ଗୁରୁଜୀ ଓ ଲାମାଙ୍କ ସମେତ ବିଡ଼ିଓ, ତହସିଲଦାର ପ୍ରମୁଖ ପ୍ରମୁଖ ଯୋଗ ଦେଇଥିଲେ l ଏହା ସଙ୍ଗେ ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଯୋଗ ଦିବସ ପାଳନ ହୋଇଥିଲା। ଏହି ଶିବିରରେ ମହିଳା, ପୁରୁଷ ଙ୍କ ସମେତ ଅଞ୍ଚଳର ସ୍ଵେଚ୍ଛାସେବୀ ଙ୍କ ସମେତ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରିଥିବା ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଥିଲେ। ବିଶ୍ୱ ଯୋଗ ଦିବସ ଅବସରରେ ଯୋଗ ଦିନ୍ୟଦିନ କଲେ ଶରୀର ସୁସ୍ଥ ରହିବ ବୋଲି ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ମତ ପ୍ରକାଶ କରିଛନ୍ତି।

You may have missed