ମାଟି ମାଫିଆ ଙ୍କୁ ଗିରଫ ଦାବିରେ ରାଜରାସ୍ତା କୁ ଓହ୍ଲାଇଲା ବିଜେଡି..
। 1- ମାଟି ମାଫିଆ ଙ୍କୁ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି, 2- ଶିଘ୍ର ଗିରଫ କର ମାଟି ମାଫିଆ ଙ୍କୁ ଗର୍ଜିଲା କର୍ମୀ , 3- ମାଟି ଚୋରି ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଖସାଇ ଦେବାକୁ ପ୍ରଚେଷ୍ଟା କଲେ, ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଅଖଚକ ବନ୍ଦ କରିବ , ଚେତାବନୀ ଦେଲେ ବିଜେଡି ବ୍ଲକ୍ ସଭାପତି ମନିଦ୍ର ଗୁରୁ ।କୁଜଙ୍ଗ ଅଞ୍ଚଳ ରେ ବ୍ୟାପକ ମାଟି ଚୋରିରେ ରହିଛି ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ଅନୁଗତ ଙ୍କ ସମ୍ପୃକ୍ତି l କୁଜଙ୍ଗ ବ୍ଲକ ଫତେପୁର ପଂଚାୟତ ର ପ୍ରତାପପୁର ଓ ଜଳଧର ପୁର ରେ ଏକ ରାଷ୍ଟ୍ରୀୟ ପ୍ରକଳ୍ପ ପାଇଁ ଇଡ଼କୋ ଅଧିଗ୍ରହଣ ଜମିରୁ ବ୍ୟାପକ ମାଟିଚୋରି ଚାଲିଥିବା ବେଳେ ମାଡ଼ି ବସିଥିଲେ, ଜିଲ୍ଲପାଳ ଓ ଏସପି l ଏହି ଧରପଗଡ଼ ରେ ୧୧ ଟି ହାଇୱା ଓ ୬ ଟି ଏକ୍ସାଭିଟର ମେସିନ ଜବତ କରିବା ସହିତ କିଛି ଅପରେଟର ଙ୍କୁ ଗିରଫ କରିଥିଲା l ପ୍ରଶାସନ ର ଖୋଳତାଡ଼ ରେ ଏହି ମାଟିଚୋରି ସିଣ୍ଡିକେଟ ର ପ୍ରଚ୍ଛଦପଟ ରେ ରହିଥିବା ୧୮ ଜଣ ଉର୍ଦ୍ବ ବ୍ୟକ୍ତି ଙ୍କ ନାମରେ କୁଜଙ୍ଗ ଆଡିଶନାଲ ତହସିଲଦାର ଥାନାରେ ଏତଲା ଦେଇଥିଲେ l ଏତଲା ପରେ ଅଭିଯୁକ୍ତ ମାନଙ୍କ ନାମ ପର୍ଦାଫାଶ ହେବାପରେ କୁଜଙ୍ଗ ଓ ଜଗତସିଂହପୁର ରାଜନୀତି ସରଗରମ ହୋଇପଡିଛି l ଅତିରିକ୍ତ ତହସିଲଦାର ଦେଇଥିବା ଅଭିଯୋଗ ରେ ମାଟିଚୋରି ରେ ସମ୍ପୃକ୍ତ ରହିଛନ୍ତି ଶିଳ୍ପମନ୍ତ୍ରୀ ଙ୍କ ଏକାନ୍ତ ଅନୁଗତ ଓ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି l ଯାହାକୁ ନେଇ ବିଜେଡି ନେତା ବାପି ସରଖେଲ ଙ୍କ ନେତୃତ୍ୱ ରେ କୁଜଙ୍ଗ ବ୍ଲକ ବିଜେଡି ସଭାପତି ମନୀନ୍ଦ୍ର ଗୁରୁ ଙ୍କ ଅଧ୍ୟକ୍ଷତା ରେ ଶତାଧିକ ସଂଖ୍ୟା ରେ ବିଜେଡି କର୍ମୀ କୁଜଙ୍ଗ ଠାରେ ବିକ୍ଷୋଭ ଶୋଭାଯାତ୍ରା ରେ ବର୍ଷୀଥିଲେ ବିଜେଡି ନେତା l ମାଟି ର ପୁଅ କହି ନିର୍ବାଚନ ରେ ଜିତି ବିଧାୟକ ହେବା ସହିତ ମନ୍ତ୍ରୀ ହେଲେ, କିନ୍ତୁ କୁଜଙ୍ଗ ବ୍ଲକ ରେ ମାଟି ମୁଠାଏ ପକାଇବା ବଦଳରେ ମାଟି ଚୋରି, ବାଲି ଚୋରି, ତେଲ ଚୋରି ରେ ବିଧାୟକ ଙ୍କ ଏକାନ୍ତ ଅନୁଗତ ବ୍ୟକ୍ତି ସାମିଲ ହେବା କଣ ଶିଳ୍ପମନ୍ତ୍ରୀ ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କୁଜଙ୍ଗ ବିଜେଡି ସଭାପତି,କୋଉଠି ମାଟି ମୁଠାଏ ପକାଇବାର ନାହିଁ କିନ୍ତୁ ଚାଲିଛି ମାଟି ଚୋରି, ଏହା କଣ ମାଟିର ପୁଅର କାର୍ଯ୍ୟ, ମନ୍ତ୍ରୀ ଙ୍କ ପାଖଲୋକ କହିବୁଲୁଥିବା, ମନ୍ତ୍ରୀ ଙ୍କ ସହିତ ସବୁ କାର୍ଯ୍ୟକ୍ରମ ରେ ମଞ୍ଚରେ ବସୁଥିବା ବ୍ୟକ୍ତି ଆଜି ମାଟି ଚୋରିରେ ସମ୍ପୃକ୍ତ, ଯାହା ସରକାରୀ ଅଧିକାରୀ ସେମାନଙ୍କ ନାଁ ରେ ଏତଲା ଦେବାପରେ କଣ ପାଇଁ ସେମାନଙ୍କୁ ଗିରଫ କରିବରେ ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଛନ୍ତି l ଜଗତସିଂହପୁର ଜିଲ୍ଲାପାଳ ଓ ଏସପି ଙ୍କ କାର୍ଯ୍ୟ ଦକ୍ଷତା କୁ ଉଚ୍ଚ ପ୍ରଶଂସା କରିବା ସହିତ ଯଥାଶୀଘ୍ର ବେଆଇନ ମାଟିଚୋରି ରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି l ଯଦି ଏହି ଘଟଣା ରେ କୌଣସି ରାଜନୈତିକ ଚାପରେ ମାଟିଚୋରି ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଖସାଇ ଦେବାକୁ ପ୍ରଚେଷ୍ଟା କରାଯାଏ ତେବେ ବିଜେଡି ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇ ଅଖଚକ ବନ୍ଦ କରିବ ବୋଲି ଚେତାବନୀ ଦେଇଛି ବିଜେଡି l ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋଟ ଉପାନ୍ତ ଖବର )
