September 18, 2026

ସର୍ପ ଆଘାତରେ ଜୀବନ ଗଲା ଆଖପାଖ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ….

sb
Share

 

 

ତିର୍ତ୍ତୋଲ -କଥାରେ ଅଛି ଦଇବ ଦଉଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ !”କିଏ ଜାଣିଥିଲା ଏମିତି ହେବ, ଭାଗ୍ୟ ଆକାଶରେ କାଳ ଘେରିବ ?ଘରୁ ବଜାରକୁ ଆସି କାମସାରି ଫେରୁଥିବା ବାଟରେ ଅଜ୍ଞାତ ସର୍ପ ଆଘାତରେ କ୍ଷତାକ୍ତ ହୋଇ ଜୀବନ ମୃତ୍ୟୁର ସଂଗ୍ରାମ ରେ ହାରିଯାଇ ପରିବାରକୁ ଶୋକ ସାଗରରେ ଭସାଇ ଦେଇ ଅଫେରା ରାଇଜକୁ ଚାଲିଯିବ ! ଏପରି ହୃଦୟ ବିଦାରକ ଘଟଣା ଘଟିଯାଇଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନୀମୂଳ ପଞ୍ଚାୟତ ତଥା କନୀମୂଳ ଗ୍ରାମରେ ! ଏହି ଗ୍ରାମର ସନ୍ତୋଷ କୁମାର ବେହେରା ଡାକନାମ ସିଲୁ, ବୟସ ପାଖାପାଖି ୩୫ ହେବ, ଜଣେ ଦକ୍ଷ ଗାଡି ଚାଳକ ହିସାବରେ ବେଶ ଜଣାଶୁଣା ! ଗତ କାଲି ସୋମବାର ସନ୍ଧ୍ୟା ପ୍ରାୟ ୮ ଘଟିକା ମଧ୍ୟରେ ନିକଟସ୍ଥ ଗଣେଷ ମନ୍ଦିର ବଜାରରୁ କାମସାରି ଫେରୁଥିବା ସମୟରେ କନୀମୂଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାସ୍ତାରେ ଏକ ଅଚିହ୍ନା ସର୍ପ ଆଘାତରେ କ୍ଷତାକ୍ତ ହୋଇ ଜଗତସିଂହପୁର ମେଡିକାଲ କୁ ନିଜ ବଡଭାଇ ଦିଲ୍ଲୀପ ବେହେରା ସହାୟତାରେ ଯାଉଥିଲା !ଖବର ଅନୁସାରେ ଜଇପୁର ମହାନଦୀ ପୋଲ ପାଖାପାଖି ପହୁଁଚିବା ଭିତରେ ସନ୍ତୋଷ ର ଯନ୍ତ୍ରଣା ସହିତ ପାଟିରୁ ଫେଣ ବାହାରିବା ଆରମ୍ଭ ହୋଇଯାଇଥିଲା !ମେଡ଼ିକାଲରେ ପହଂଚିବା ପରେ ଡକ୍ଟର ସନ୍ତୋଷ କୁ ମୃତ ବୋଲି ଘୋଷଣା କରିବା ସହିତ ମୃତ ଶରୀରକୁ ଡାକ୍ତରୀ ମାଇନା ପାଇଁ ଫରେନସିକ ଲ୍ୟାବ କୁ ପଠେଇ ଦେଇଛନ୍ତି।

(ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)

You may have missed