June 29, 2024

ନବରଙ୍ଗପୁର:-ବିଶ୍ୱ ସାନ୍ତି ମହାଜଜ୍ଞ ପାଳିତ…….

Share

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ଉମେରକୋଟ ବେହେଡା ନିକଟ ବକଦା ପଂଚାୟତ ର ଉମରଗାଁ ଅଲେଖ ମହିମା ମଠରେ ଯଂଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉଛବ ପାଳିତ ହୋଇଛି l ମହିମା ଭକ୍ତ ମାନେ ବହୁତ ଦୂରରୁ ଆସି ଏହି ଯଜ୍ଞରେ ଯୋଗ ଦେଇଥିଲେ ରାତିରେ ହୋମ ଯଜ୍ଞ ଓ ପ୍ରସାଦ ସେବନ ହୋଇଛି lଏଥିରେ ଶୁକଦେବ ବାବା, ଶୁକ ବାବା,ନିତ୍ୟାନନ୍ଦ ଯଜ୍ଞ ସମାପନ ପରେ ପଣା ପାଇ ଶ୍ରଦ୍ଧାଳୁ କୃପା ଲାଭ କରିଥିଲେ l ବାଲଚନ୍ଦ, ଲାଇବନ,ଚନ୍ଦୁ, ସନ୍ତୁ, ଲକ୍ସମନ, ଜୟଦେବ, ଦାସ, ସାନିୟା, ତ୍ରିନାଥ, ମାନୁକୁ,ବଳଦେବ ଓ କମିଟି ର ଦଶରୁ, ନରେଶ,ଲଛୁ, ଅର୍ଜୁନ ଓ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ l ଏହି ପର୍ବ ପାଇଁ ଉମରଗାଁ ଚଳଚଞ୍ଚଳ ହୋଇଥିଲା l କଳସ ପରିକ୍ରମା କରି ଏକ ଜାଗାରେ ମିଶିଲେ l ରାତ୍ର ଆଦିବାସୀ ନାଟକ ହୋଇଥିଲା l
ବେହେଡା ହାଟପଦା ନିକଟରେ ମା’ପେଣ୍ଟ୍ରାଣୀ ମନ୍ଦିର ରେ ମଣ୍ଡେଇ ହୋଇଯାଇଛି l ବଜାର ସହ ମଣ୍ଡଇ ହେଲା l ଆଖ ପାଖରେ ଥିବା ଲାଠି ଓ ପାଲିଙ୍କି ଧରି ଗ୍ରାମ ପରିକ୍ରମା କରି ଗୋଟିଏ ଜାଗାରେ ଏକତ୍ରିତ ହୋଇଥେଲେ l ନାଟ ଓ ବିଭିନ୍ନ ବଜାର ପସରା ବସିଥିଲା ।(ଏମ୍.ଦିନା°ଶୁ ଆଚାରୀ)