September 18, 2026

ଦ୍ଵୀତିୟ ପର୍ଯ୍ୟାୟ ୱେଟ୍ ଲିଫ୍ଟିଂ ଗ୍ରୀଷ୍ମ କାଳୀନ କୋଚିଂ କ୍ୟାମ୍ପ ଉଦଯାପିତ……

sub
Share

 

ଉମରକୋଟ :-ସମଗ୍ର ରାଜ୍ୟ ରେ ୨୬ ଟି ସହର ରେ ଦ୍ୱିତୀୟ ପର୍ଯ୍ୟାୟ ଭାର ଉତ୍ତୋଳନ ଗ୍ରୀଷ୍ମ କାଳୀନ କୋଚିଂ କ୍ୟାମ୍ପ ଆଜି ଉଦଯାପିତ ହେଇଯାଇଛି। ଏହି କୋଚିଂ କ୍ୟାମ୍ପ ଉମରକୋଟ ସହର ର ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ମଧ୍ୟ ଚାଲିଥିଲା। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୫ ରୁ ୩୦ ଯାଇଁ ଚାଲିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ କ୍ୟାମ୍ପ ମେ ୫ ରୁ ୨୦ ଯାଇଁ ଚାଲିଥିଲା। ଏହି କ୍ୟାମ୍ପ ରେ ୧୬ ବର୍ଷ ତଳେ ଥିବ। କ୍ରୀଡ଼ା ବିତ ମାନେ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ପର୍ଯ୍ୟାୟ କ୍ୟାମ୍ପ ରେ ୨୫୦ ଛାତ୍ର ଛାତ୍ରୀ ସମଗ୍ର ନବରଙ୍ଗପୁର ଜିଲ୍ଲା ରୁ ଅଂଶ ଗ୍ରହଣ କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ୧୫୦ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ। ଜାତିୟ ୱେଇଟ ଲିଫଟର ନକୁଳ ସ।ନ୍ତ। ସମସ୍ର କ୍ରୀଡ଼ା ବିତ ଙ୍କୁ କୋଚିଂ ପ୍ରଦାନ କରୁଥିଲେ। ନକୁଳ କୋଚିଂ ଦେବା ପାଇଁ ରାଜ୍ଯ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷ ରୁ ମନୋନୀତ ହେଇ ଥିଲେ। କୋଚିଂ ନେଇଥିବା ସମସ୍ତ କ୍ରୀଡ଼ା ବିତ ମାନଂକ ପରୀକ୍ଷା ସରିଯାଇଚି। କୃତୀ ଛାତ୍ର ଛାତ୍ରୀ ମାନଙ୍କ ଫଳ। ଫଳ ପ୍ରକାଶ ପାଇବ ଓ ସେମାନଙ୍କୁ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ କୋଚିଂ ଦେବା ସହ ସରକାର ସେମାନଙ୍କୁ ମାଗଣା ପାଠ ମଧ୍ଯ ପଡ଼ାଇବେ। ଆଜି ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଥରେ ଏକ ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଥିଲା। ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଶ୍ଵିନୀ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଶିବ ଶଙ୍କର ପାଢୀ,ବ୍ଲକ୍ ଶିକ୍ଷା ଅଧିକାରି ବିକାଶ ଚନ୍ଦ୍ର ସରକାର, ବେଡ଼ ମିନ୍ଟନ କୋଚ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ ସପନ ବୈରାଗୀ ଓ ଏମ. ବିଜୟ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଅତିଥି ମାନେ କ୍ରିଡ଼ା ବିତ ମାନଂକ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ।(ଏମ୍.ଦିନା°ଶୁ ଆଚାରୀ)