May 19, 2024

ବର୍ଯ୍ୟବସ୍ତୁ ହ୍ରାସ, ପୁନଃବ୍ଯବହାର ଓ ପ୍ରକ୍ରିୟାକରଣ ନେଇ ସଚେତନତା ଶିବିର 

Share

ବର୍ଯ୍ୟବସ୍ତୁ ହ୍ରାସ, ପୁନଃବ୍ଯବହାର ଓ ପ୍ରକ୍ରିୟାକରଣ ନେଇ ସଚେତନତା ଶିବିର

ବୁଗୁଡ଼ା : ତା ୨୧/୦୫/୨୩ : “ସ୍ବଚ୍ଛ ଓଡିଶା, ସୁସ୍ଥ ଓଡିଶା” ଏବଂ “ମୋ ସ୍ବଚ୍ଛ ସହର, ମୋ ଜୀବନ” କାର୍ଯ୍ୟକ୍ରମ ଅନୁଯାୟୀ ବର୍ଯ୍ୟବସ୍ତୁ ହ୍ରାସ, ପୁନଃବ୍ଯବହାର ଓ ପ୍ରକ୍ରିୟାକରଣ ନେଇ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନ୍ଏସି କଲ୍ଯାଣୀ ମଣ୍ଡପ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପ୍ରକାର ବର୍ଯ୍ୟବସ୍ତୁ ଯଥା ପୁରୁଣା ବହି, ଖାତା, କାଗଜ, ପୋଷାକ, ଜୋତା, ପ୍ଲାଷ୍ଟିକ ଖେଳନା ଆଦି ଏନ୍ଏସି ତରଫରୁ ପରିଚାଳିତ ଆର୍. ଆର୍.ଆର୍ ସେଣ୍ଟରରେ ଦେବା ପାଇଁ ସୂଚନା ଦିଆ ଯାଇଥିଲା । ଉକ୍ତ ଶିବିରରେ ଅତିଥି ଭାବେ ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ , ପରିମଳ ବିଶେଷଜ୍ଞ ମୁନା ଗୌଡ , ସୁପରଭାଇଜର ରାଜେନ୍ଦ୍ର ପ୍ରଧାନ , ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣ ସଂସ୍ଥାର ବିନୋଦ ସ୍ବାଇଁ ଓ ରୋଜାଲିନ ବେହେରା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ଏସ୍ଏସଜି ମହିଳାଙ୍କୁ ସଚେତନ କରିଥିଲେ । ଆଗାମୀ ଦିନରେ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡିଛି ।