April 23, 2026

ଛତ୍ରମଠ ସତ୍ୟନାରାୟଣ ଙ୍କ ପୀଠ ରେ ବାଦୀପାଲା

IMG-20260421-WA0095
Share

ତିର୍ତ୍ତୋଲ ତା 21/4/2026 ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, କନକପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ଙ୍କ ପୀଠସ୍ଥଳି ରେ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗତ ପବିତ୍ର ଅକ୍ଷୟତୃତୀୟା ଠାରୁ ଆସନ୍ତା ଏପ୍ରିଲ 23 ତାରିଖ ଗୁରୁବାର ପର୍ଯ୍ୟନ୍ତ ଦୀର୍ଘ ଚାରିଦିନ ବ୍ୟାପି ବାଦୀପାଲା ମହୋତ୍ସବ ଅନୁଷ୍ଠିତ ହେଉଅଛି l ଏଥିରେ ଗାୟକ ମଞ୍ଜୁଳ ପବିତ୍ର ମୋହନ ବାରିକ, ଅସ୍ତରଙ୍ଗ ପୁରୀ ଓ ଗାୟକ ଯୁବପ୍ରତିଭା ସ୍ମୃତିରଞ୍ଜନ ଦାଶ, ବାଲିକୁଦା ରଣପୁର, ଯୋଗଦେଇ ପାଲା ପରିବେଷଣ କରିଥିଲେ l ପାଲା ମାଧ୍ୟମରେ ଵେଦବେଦାନ୍ତ, ପୁରାଣ ଶାସ୍ତ୍ର, ପ୍ରାଚୀନ ଓ ଋତିଯୁଗୀୟ ମହାକବି ଓ କବି କବୟିତ୍ରୀ ମାନଙ୍କର ପଂକ୍ତି ଓ ଉକ୍ତି ର ପ୍ରଚାରପ୍ରସାର କରାଯାଉଛି ବୋଲି ଗାୟକମାନେ ମତବ୍ୟକ୍ତ କରିଥିଲେ l ଏହି ପ୍ରାଚୀନ ପାଲା ଅନୁଷ୍ଠାନ ଶତାବ୍ଦୀ ଶତାବ୍ଦୀ ଧରି ପାଲା ସଂସ୍କୃତି କୁ ପାଳନ କରିଆସୁଛି ବୋଲି, ପରିଷଦର ସଭାପତି ଧୁନଚନ୍ଦ୍ର ସେନାପତି ସୂଚନା ଦେଇଛନ୍ତି l ତେବେ ନିତ୍ୟପୂଜକ ସନାତନ ଦାଶ ଓ ଆସ୍ଥାନ ପୂଜକ ଜ୍ଞ୍l ନ ରଞ୍ଜନ ନନ୍ଦ ଗାୟକ ମାନଙ୍କୁ ମାଲ୍ୟାର୍ପଣ କରିବା ସହିତ ଚାମର ଅର୍ପଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ତରାପୁର, ଛତ୍ରମଠ, ବାଖରପୁର, ଚିହ୍ନାପଡା, ହମିରପୁର, ଗୁଣ୍ଠିଲ, ଗୋବିନ୍ଦପୁର, କୋଷ୍ଟିମଲ୍ଲିକାପୁର, କିରଣ୍ଟି, ମାଲଣ୍ଡ, କେଉଲ, ମହମଦପୁର, ଛବିଶ୍ୱା ଓ କଣ୍ଟାପଡା ଆଦି ଆଞ୍ଚଳିକ ଗ୍ରାମବାସୀ ମାନେ ଯୋଗଦେଇ, ବିଦଗ୍ଧ, ପାଲାପ୍ରେମୀ ଜନସାଧାରଣ ଯୋଗଦେଇ ଏହାକୁ ଉପଭୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed