April 24, 2026

ଜଳ ଯନ୍ତ୍ରଣାରେ ଛଟପଟ ସିନ୍ଧଭଟା ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି..

IMG-20260421-WA0075
Share

 

 

ଲାଞ୍ଜିଗଡ଼, ୨୧/୪ (ଉପାନ୍ତ ଖବର): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ସିନ୍ଧଭଟା ଗ୍ରାମବାସୀ ବର୍ଷବର୍ଷ ଧରି ଦୂଷିତ ପାଣି ପିଉଛନ୍ତି। ଗାଁରେ ବସୁଧା ଜଳଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ବର୍ଷେ ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ। ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପାନୀୟଜଳ ଯୋଗାଇବାକୁ ନେଇ ସିନ୍ଧିଭଟା ଗ୍ରାମବାସୀ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କ ଦ୍ବାରସ୍ଥ ହୋଇଛନ୍ତି ।

 

ସୂଚନା ଅନୁସାରେ, ଏହି ଗାଁରେ ୬୦ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି। ସାଢ଼େ ୩ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳା ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୨ କିମି ଦୂରରେ ଥିବା ବେଳେ ବର୍ଷ ବର୍ଷ ଧରି ଏହି ଗାଁରେ ପାନୀୟଜଳର ସମସ୍ୟା ଲାଗିରହିଛି। ଗ୍ରାମରେ ୩ଟି ନଳକୂଅ ଅଛି। କିନ୍ତୁ ୨ଟିରେ ମାର୍ଚ୍ଚ ମାସରୁ ହିଁ କମ୍ ପରିମାଣର ପାଣି ବାହାରୁଛି। ଗୋଟିଏ ହାଣ୍ଡି ପାଣି ପାଇଁ ଘଣ୍ଡା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଆଉ ଗୋଟିଏ ନଳକୂପରେ ୬୦ରୁ ଉର୍ଦ୍ଧ ପରିବାରଙ୍କୁ ପାଣି ନିଅଣ୍ଟ ହେଉଛି ବୋଲି ଗାଁ ଲୋକେ କହିଛନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ଗ୍ରାମରେ ଏକ ପକାକୂଅ ଖୋଳା ହୋଇଛି । ସେଠାରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁନାହିଁ। ୨୦୨୨ ମସିହାରେ ଖୋଳାଯାଇଥିଲା ଗାଁରେ ୪ଟି ଗଭୀର ନଳକୂଅ । କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିବା ପରେ ଗାଁରେ ନିର୍ମାଣ ହେଲା ଏହି ବସୁଧା ପାଣି ଟାଙ୍କି | କିନ୍ତୁ ସମ୍ପୂର୍ଣ୍ଣ ହୋଇ

୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଗାଁରେ ଗ୍ରୀଷ୍ମପ୍ରବାହ ଯୋଗୁଁ ପାନୀୟ ଜଳ ଘୋର ସମସ୍ୟା ଦେଖିବାକୁ ମିଳିଛି। ଏହାକୁ ନେଇ ଅସହ୍ୟ ପରେ ଆଜି ପୁଣି ଥରେ ସିନ୍ଧିଭଟା ଗ୍ରାମର ପଦ୍ମଲୋଚନ ହରିଜନ, ଇନ୍ଦ୍ର ମାଝୀ, ବଳଭଦ୍ର ମାଝୀ, ସୁନା ମାଝୀ, ମଣି ମାଝୀ, ସବିତା ସାହୁ, ଜୟମତି ମାଝୀ, ସାଣେ ମାଝୀ, ଯମୁନା ମାଝୀ, ସସ୍ମିତା ମାଝୀ, ଘାସିରାମ ମାଝୀ, ଶଶୀ ମାଝୀ ସମେତ ସମସ୍ତ ଗ୍ରାମବାସୀ ପ୍ରମୁଖ ଏକତ୍ରିତ ହୋଇ ହାଣ୍ଡି, ଡେକଚି, ଗାରିଆ ଧରି ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ଯାଇ ଲାଞ୍ଜିଗଡ଼ ବିଡିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେବାସହ ସମସ୍ୟାକୁ ଉପସ୍ଥାପନା କରିଛନ୍ତି | ଏନେଇ ଲାଞ୍ଜିଗଡ ବିଡିଓ ଶ୍ରୀ ପାତ୍ର ସିନ୍ଧିଭଟା ଗାଁରେ ବସୁଧା ଯୋଜନା ମାଧ୍ୟମରେ ହେଉ କିମ୍ବା ନଳକୂପ ମାଧ୍ୟମରେ ପାନୀୟଜଳ ସମସ୍ୟାର ସମାଧାନ ନ ହୋଉଛି ସେ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗାଁରେ ଜଳସଙ୍କଟକୁ ନେଇ ଗତ ୨୦୨୧ ମସିହା ଏପ୍ରିଲ ୧୬ ତାରିଖରେ ଗ୍ରାମବାସୀ ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟକୁ ଯାଇ ତତ୍କାଳୀନ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ୧୭ତାରିଖରେ ଗ୍ରାମରେ ଟ୍ୟାଙ୍କର ଦ୍ବାରା ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଜଳଯୋଗାଣ ହୋଇ ନଥିଲା। ୧୮ ତାରିଖରେ ଗାଁ ଲୋକ ଅପରାହ୍ଣ ୩ଟାରେ ପ୍ରଥମେ ତତ୍କାଳୀନ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଗାଁକୁ ଡାକି

ଅଟକ ରଖିଥିଲେ | ବିଜେପୁର ପଞ୍ଚାୟତ ଦାୟିତ୍ବରେ ଥିବା ତତ୍କାଳୀନ ଯନ୍ତ୍ରୀ ପୀତାମ୍ବର ହେମରାମ ରାମଙ୍କୁ ଅଟକ ରଖିଥିଲେ। ପୁଣି ସନ୍ଧ୍ୟା ୫ଟାରେ ବ୍ଳକ ଜଳଯୋଗାଣ ଦାୟିତ୍ବରେ ଥିବା ଦଶମନ୍ତ ମାଝୀଙ୍କୁ ଅଟକ ରଖିଥିଲେ। ପରେ ରାତି ୮ଟାରେ ଲାଞ୍ଜିଗଡ଼ ବିଡିଓ ଶ୍ରୀ ମିଶ୍ର ଘଟଣାସ୍ଥଳକୁ ଯାଇଥିଲେ। ୧୯ ଚାରିଖଠାରୁ ଟ୍ୟାଙ୍କରରେ ଜଳ ଯୋଗାଇ ଦିଆଯିବ ବୋଲି ଗାଁ ଲୋକଙ୍କୁ ବୁଝାଇଥିଲେ। ପ୍ରାୟ ୬ ଘଣ୍ଟା ଅଟକ ରଖିବା ପରେ ସରପଞ୍ଚ, ପଞ୍ଚାୟତ ପିଇଓ ତଥା ବ୍ଳକ୍ ଯନ୍ତ୍ରୀଙ୍କୁ ଛାଡ଼ି ଦେଇଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ଅନୁସାରେ କିଛି ମାସ ବ୍ୟବଧାନ ପରେ ଗାଁରେ ୪ଟି ଗଭୀର ନଳକୂଅ ଖୋଳା ଯାଇଥିଲା । କିନ୍ତୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା। ଗାଁରେ ପୁଣି ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ପରେ ବସୁଧା ପାଣି ଟାଙ୍କି ଗାଁରେ ନିର୍ମାଣ ହୋଇଥିଲା ।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*

You may have missed