April 29, 2026

“ବ୍ରହ୍ମ ଜଗନ୍ନାଥ ମିଶନ” ର ନବମ ବାର୍ଷିକ ଉତ୍ସବ,ଓ କବିତା ଆସର

IMG-20260421-WA0061
Share

 

କୁଜଙ୍ଗ ତା ୨୧/୦୪/୨୬

 

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ତାଳ ଗୋଟମା ଓ ଖଡ଼ିକା କାଠିରୁ ତିଆରି ରଥଯାତ୍ରା ରୁ ଆରମ୍ଭ ହୋଇ ପୂର୍ଣ୍ଣାଙ୍ଗ ଶ୍ରୀମନ୍ଦିର ର ରୂପ ନେଇଥିବା ଜ୍ୟୋତି ଜଗନ୍ନାଥ ପୀଠ ଆଜିର ଦିନରେ ବ୍ରହ୍ମ ଜଗନ୍ନାଥ ମିଶନ ନାମରେ ପାଳନ କରୁଛି, ନବମ ବାର୍ଷିକ ଉତ୍ସବ l ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡା ସ୍ଥିତ ଠାକୁର ବାଟି ରେ ଅବସ୍ଥିତ ଏହି ଜ୍ୟୋତି ଜଗନ୍ନାଥ ମନ୍ଦିର ପରିସରରେ ଏକ ଦିବଶୀୟ ବିଶ୍ୱ ଶାନ୍ତି ମହା ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ, ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କିଛି କଥା କିଛି କବିତା ଆସର ପରେ ବହୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରା ଯାଇଥିବା ବେଳେ,ଅପରାହ୍ନ ରେ ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ଭାଗବତ ପ୍ରସାଦ, କୈଳାସ ବେହେରା ପ୍ରମୁଖ ୧୧ ଜଣ କାର୍ଯ୍ୟ ରତ ସାମ୍ୱାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ସହ ବୃକ୍ଷ ଚାରା ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା l ଏହି ଅନୁଷ୍ଠାନର ଅଧ୍ୟକ୍ଷ କ୍ୟାପଟେନ ସଂଜୀବ କୁମାର ମୁଦୁଲି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥାପନା କରିଥିଲେ ଓଟିଭି ର ସଂଯୋଜକ ଶ୍ରୀଯୁକ୍ତ ଅଭି ନନ୍ଦନ ଦାସ, କିଛି କଥା କିଛି କବିତା କାର୍ଯ୍ୟକ୍ରମ ର ସମ୍ପାଦିକା ଭାବେ ରୀନା ବାଳା ମଲ୍ଲିକ ଦାୟିତ୍ୱ ନିଭାଇ ଥିବା ବେଳେ ପ୍ରଥମ ଅଧିବେଶନ ର ମୁଖ୍ୟ ଅତିଥି ଭାବେ ରେକୀ ମିଶନ ର ପ୍ରତିଷ୍ଠାତା ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ ଯୋଗ ଦେଇଥିଲେ l କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ହିମାଂଶୁ ଶେଖର ଖଟୁଆ ଓ ବିଶିଷ୍ଟ ଅତିଥି ଡ଼ଃ ସୁଲୋଚନା ଦାସ, ବରଣ୍ୟ ଅତିଥି ଡ଼ଃ ସୌଭାଗିନୀ ରାୟ ପ୍ରମୁଖ ଯୋଗ ଦେଇଥିଲେ l ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ମୁଖ୍ୟ ବକ୍ତା ଡ଼ଃ ଇତି ସାମନ୍ତ, ବରଣ୍ୟ ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ଅଧକ୍ଷ ପାରାଦ୍ୱୀପ ପୌର ପରିଷଦ,ବିଶିଷ୍ଟ ଅତିଥି ଡ଼ଃ ପ୍ରସନ କୁମାର ବେଉରା ଯୋଗ ଦେଇ, ପ୍ରତିଭାସମ୍ପନ୍ନ ବ୍ୟକ୍ତି ମାନଙ୍କୁ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ପ୍ରଦାନ କରି ଥିଲେ l

You may have missed