April 24, 2026

ପୋଖରି ପ୍ରତିଷ୍ଠା , ନାମ ଯଜ୍ଞ , ଘୃତ ଯଜ୍ଞ , ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ପାଇଁ ଶୁଭ ଖୁଣ୍ଟି ସ୍ଥାପନ

IMG-20260421-WA0054
Share

 

ଦେଲଗୁଣା:(ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ)

ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା କଲେଜ ଛକଠାରେ ଥିବା ବୈକୁଣ୍ଠ ନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପୋଖରି ପ୍ରତିଷ୍ଠା, ନାମ ଯଜ୍ଞ, ଘୁତ ଯଜ୍ଞ, ଜ୍ଞାନ ଯଜ୍ଞ ଏବଂ ଅନ୍ନ ଯଜ୍ଞ ପାଇଁ ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଶୁଭ ଖୁଣ୍ଟି କୁ ବହୁ ଆଡମ୍ବର ସହ ନଗର ପରିକ୍ରମା କରି ଯଜ୍ଞ ସ୍ଥଳ ନିକଟରେ ସ୍ଥାପନ କରାଗଲା । ଆସନ୍ତା ୪/୫/୨୦୨୬ରିଖ ଠାରୁ ୬/୫/୨୦୨୬ରିଖ ପର୍ଯ୍ୟନ୍ତ ଏହି ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେବ । ଆସନ୍ତା ୩ / ୫/ ୨୦୨୬ରିଖ ଦିନ କଳଶ ସୋଭା ଯାତ୍ରାରେ ନିକଟସ୍ଥ ମାଧବରିଡା ତ୍ରିବେଣୀ ସଙ୍ଗମ ଠାରୁ ଜଳ ଆଣି ଏହି ଯଜ୍ଞର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଖ ପାଖ ଅଞ୍ଚଳ ଆଠ ଖଣ୍ଡ ଗ୍ରାମର ଲୋକ ସହଯୋଗର ହାତ ବଢାଇଛନ୍ତି ଏବଂ ସେମାନଙ୍କର ସହଯୋଗରେ ଏହି କାର୍ଯ୍ୟକ୍ରମ ଙ୍କୁ ସଫଳ କରିବାପାଇଁ ଯଜ୍ଞ କମିଟି ଦୃଢ ବିଶ୍ୱାସ ରଖିଛନ୍ତି ।

You may have missed