କେନ୍ଦ୍ରାପଡ଼ା , ନୟାଗଡ, ପରେ ଜଗତସିଂହପୁର ଜିଲ୍ଲା ରେ ପୁଣି ଦେଖିବାକୁ ମିଳିଛି ଜାତିଆଣ ଆକ୍ଷେପ……

ତିର୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ମନ୍ଦିର ପ୍ରତିଷ୍ଠା ପାଇଁ ଲକ୍ଷାଧିକ ଟଙ୍କା ଦେଲୁ, ମନ୍ଦିର ରଙ୍ଗ କଲୁ , ମନ୍ଦିର ପାଇଁ ମାସ ମାସ ପରିଶ୍ରମ କଲୁ , ମନ୍ଦିର ପ୍ରସାଦ ପାଇଁ ପନିପରିବା କାଟିଲୁ ,କିନ୍ତୁ ଦୁଃଖର କଥା ପ୍ରତିଷ୍ଠା ଦିବସ ବେଳେ କଳସ ଶୋଭଯାତ୍ରାକୁ ଆମକୁ ବାରଣ କଲେ , ଜାତିଆଣ ଆକ୍ଷେପ କରି ତଡ଼ିଦେଲେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ତୁମେ ଛୋଟ ଲୋକ, ଛୋଟ ଜାତି ହରିଜନ କହି ଆମ ସତର ପରିବାର ମହିଳା ମାନଙ୍କୁ ମାନସିକ ଓ ଶାରୀରିକ ଆଘାତ ଦିଆ ଯାଇଛି , ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା, କୋଲର ଗ୍ରାମପଞ୍ଚାୟତ ର ରଘୁନାଥପୂର ( ତଣ୍ଡୁ ) ଗ୍ରାମର ଅନୁସୂଚିତ ପରିବାର ର ମହିଳା ମାନେ….। ତିର୍ତୋଲ ଥାନା ଆଗରେ ନ୍ୟାୟ ପାଇଁ ବସିଥିବା ଏକାଧିକ ମହିଳା ମାନଙ୍କ କହିବା ଅନୁଯାଇ,ରଘୁନାଥପୁର (ତଣ୍ଡୁ )ଗ୍ରାମର ସିଦ୍ଧେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ସମୟରେ କଳସ ଶୋଭାଯାତ୍ରାକୁ ନେଇ ହୀନମନ୍ୟତାର ଶିକାର ହୋଇଛନ୍ତି ସେହି ଗ୍ରାମର ଏକାଧିକ ମହିଳା, ମନ୍ଦିର ଦାୟିତ୍ୱରେ ଥିବା ଲୋକନାଥ ସୂତାର ନାମକ ପାଖଣ୍ଡୀ, ଛୁଆଁ, ଅଛୁଆଁ ଭେଦଭାବକୁ ପ୍ରଶୟ ଦେଇ ଗ୍ରାମରେ ବ୍ରିଭାଟ ସୃଷ୍ଟି କରିବା ସହ ଜାତିଆଣ ଆକ୍ଷେପ କରି ମହିଳା ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଦ୍ୱାରା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ନ୍ୟାୟ ପାଇଁ ମହିଳା ମାନେ ତିର୍ତୋଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଠାରୁ ଲକ୍ଷାଧିକ ଅର୍ଥ ଚାନ୍ଦା ଆକାରରେ ନେଇ ମନ୍ଦିର ଗଢ଼ା ଯାଇଥିବା ବେଳେ ସେମାନଙ୍କ ଅବଦାନକୁ ଅସ୍ୱୀକାର କରାଯାଇ , ତୁମ ପୂର୍ଵ ପୁରୁଷ ମାନେ ଆମଘରେ ମୁଲଲାଗି ଚଳୁଥିଲେ ତୁମେ ସେମିତି ରହିବ , ତୁମକୁ ମନ୍ଦିରକୁ ପ୍ରବେଶ କରାଇବେବୁନୁ କହି ନିର୍ଯ୍ୟାତନା ଦିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସେହି ଗ୍ରାମର ୧୭ ପରିବାର ।
