April 24, 2026

ପଡିଲା ଅକ୍ଷିମୁଠି, ଚାଷୀ ମନରେ ଉଲ୍ଲାସ 

IMG-20260420-WA0012
Share

 

 

ସମ୍ବଲପୁର, ୨୦. ୦୪():ପବିତ୍ର ଅକ୍ଷୟ ତୃତୀୟା ଦିବସରେ ପଡିଛି ଅକ୍ଷୀମୁଠି। ଫଳରେ ଚାଷୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି।

 

ଏହି ଅବସରରେ ଆଜି ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରେଢ଼ାଖୋଲ ବ୍ଲକର ଝାଙ୍କରପାଲି ପଞ୍ଚାୟତର ଜାମଟାଲ ଗ୍ରାମରେ ଏହା ପାଳନ ହୋଇଯାଇଛି।ଚାଷୀ ପ୍ରକାଶ ପ୍ରଧାନଙ୍କ ଚାଷ ଜମିରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ, ରେଢ଼ାଖୋଲ ମଣ୍ଡଳ ସଭାପତି ମହାଦେବ ପ୍ରଧାନ, ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ପାରମ୍ପରିକ ପୂଜା ଵିଧି ଅନୁଯାୟୀ ଭୂମି ପୂଜା, ହଳଳଙ୍ଗଳ କରି ମିଳିତ ଭାବେ ଅକ୍ଷୀ ମୁଠି ଦେଇଥିଲେ। ଏହି ଅବସରରେ ଗ୍ରାମର ସମସ୍ତ ବାସିନ୍ଦା ଯୋଗ ଦେଇଥିଲେ।

You may have missed