April 22, 2025

ନିଷ୍କାମ ସ୍ଵାଧୀନତା ସଂଗ୍ରାମୀ ସର୍ଗତ୍ ରାମ ଚନ୍ଦ୍ର ମିଶ୍ରଙ୍କ 37 ତ୍ତମ୍ ଶ୍ରାଦ୍ଧ ବାର୍ଷିକ ପାଳନ ..

Share

 

ତା 21.4.25 ରିଖ କୋର୍ଟ ପେଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂଗ୍ରାମୀ ରାମ ଚନ୍ଦ୍ର ମିଶ୍ର ଙ୍କ 37 ତ୍ତମ ଶ୍ରାଦ୍ଧ ବାର୍ଷିକ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଯାଇଅଛି। ସଭାରେ ନବୀନ ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରଥ ମୁଖ୍ୟ ବକ୍ତା, ବ୍ୟଙ୍ଗ କବି ସିରିଶ ପ୍ରସାଦ ମିଶ୍ର ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମିଶ୍ରଙ୍କ ଗୁଣଗାନ କରି ଥିଲେ । 1915 ମସିହା ଧରାକୋଟ ରାଜେନ୍ଦ୍ର ପୁର ଶାସନ ରେ ଜନ୍ମ ଗ୍ରହଣ କରି ଗାଁ ପାଠ ଶେଷ କରି ଖଲିକୋଟ କଲେଜରେ F A ପାସ କରିବା ପରେ 1938ମସିହା ବେଳକୁ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ ଓ ଗାଁ ଗାଁ ବୁଲି ଲୋକଙ୍କ ଦୁଃଖ ଶୁଣିବା ଗାନ୍ଧୀ ବାଣୀ ପ୍ରଚାର ସମୟରେ ଆସିକା ଠାରେ ଲାଠିମାଡ ପରିଶେଷରେ କାରାବରଣ କରି ଥିଲେ । ଉଚ୍ଚଶିକ୍ଷା,ଭବିଷ୍ୟତକୁ ଜଳାଞ୍ଜଳୀ ଦେଇ ସ୍ଵାଧୀନତା ପରେ ଜିଲାବୋର୍ଡ ର ସଦସ୍ୟଭାବେ ଶିକ୍ଷାର ପ୍ରସାର କୃଷିର ଉନ୍ନତି,ଦରିଦ୍ର ସେବାରେ ନୟୋଜିତ ହୋଇଥିଲେ ସେ ବିଷୟରେ ଡ୍ ଶିବପ୍ରସାଦ ମିଶ୍ର କହିଥିଲେ ।ଅନ୍ୟାନ୍ୟ ଙ୍କ ମଧ୍ୟରେ ପାର୍ବତୀ ପ୍ରସାଦ ପାଢ଼ୀ,ଜଗନ୍ନାଥ ମହାପାତ୍ର, ସାଗର ମହଙ୍କୁଡ଼, ସୂର୍ଯୟନାରାୟଣ ମହାପାତ୍ର, ଦେବୀ ପ୍ର ଦାସ, ଦିଲୀପ କୁମାର ମିଶ୍ର ଲଦୁକେସ ମିଶ୍ର, ମିହିର ପତ୍ର ରଜତ ସାହୁ ଭାଗ ନେଇଥିଲେ ଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରି ଥିଲେ ।

ରାଜେନ୍ଦ୍ର ପଣ୍ଡା ସଭାପତି

ଗଂଜାମ ଜିଲ୍ଲା ବିକାଶ ମଞ୍ଚ ବ୍ରହ୍ମପୁର