September 19, 2026

କୋଟପାଡ଼ ସିଏସସି ଭିଏଲି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

IMG-20250421-WA0036
Share

 

ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ସିଏସସି ଭିଏଲି ସଂଘ ପକ୍ଷରୁ କୋଟପାଡ଼ ବିଡ଼ିଓଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି,କୋଟପାଡ଼ ସିଏସସି ଭିଏଲିଙ୍କ କହିବା ଅନୁଯାଇ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯେପରି ସୁଭଦ୍ରା ଯୋଜନା, CM kisan, Pm kisan ଭଳି ବିଭିନ୍ନ ଲୋକାଭିମୁଖି ଯୋଜନାକୁ ଗାଁ ଠାରୁ ସହରବାସୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଆସୁଥିଲେ ସୁଦ୍ଧା ସିଏସସି ଭିଏଲି ମାନଙ୍କୁ ଯେତିକି ପରିଶ୍ରମିକ ମିଳିବା କଥା ତାହା ଠାରୁ କମ ମିଳୁଛି ବୋଲି କହିଛନ୍ତି କୋଟପାଡ଼ ସିଏସସି ଭିଏଲିମାନେ, କିଛି ଦିନ ପୂର୍ବେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ 21 ବର୍ଷରୁ ଉର୍ଦ୍ଧ ଏବଂ 60 ବର୍ଷରୁ କମ୍ କୋଟି କୋଟି ମହିଳା ଉପକୃତ ହେଲେ କିନ୍ତୁ ସିଏସସି ଭିଏଲି ମାନଙ୍କୁ ଯେତିକି ପାରିଶ୍ରମିକ ମିଳିବା କଥା ତା ଠାରୁ କମ ମିଳିଛି,ବର୍ତମାନ ରାଜ୍ୟ ସରକାରଙ୍କ ପିଏମ ଆୟୁଷ୍ମାନ ଯୋଜନାରେ ମଧ୍ୟ କାର୍ଯ୍ୟ ଚାଲିଛି ଏହି ଯୋଜନାରେ ରାଜ୍ୟବାସୀ ଉପକୃତ ହେବେ କିନ୍ତୁ ଗୋଟିଏ କାର୍ଡ ପିଛା ସିଏସସି ଭିଏଲି ମାନଙ୍କ କମିସନ TDS କଟା ଯାଇ ମିଳୁଛି ମାତ୍ର 2ଟଙ୍କା 46 ପଇସା,ଭିଏଲି ମାନଙ୍କ କମିଶନ ବଢ଼ାଇବା ନିମନ୍ତେ ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ସିଏସସି ଭିଏଲି ସଂଘ ପକ୍ଷରୁ କୋଟପାଡ଼ ବିଡ଼ିଓ ବ୍ରିକ୍ରମ କୁମାର ଦୋରାଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବା ସହ କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି,ଆଜି ଠାରୁ ଆୟୁଷ୍ମାନ କାମ ବନ୍ଦ ରହିବ ବୋଲି କହିଛନ୍ତି କୋଟପାଡ଼ ସିଏସସି ଭିଏଲି ସଙ୍ଘର ସଦସ୍ୟ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର