April 30, 2026

ସମ୍ବଲପୁର ବିଜେପି ପକ୍ଷରୁ ମିଶ୍ରଣ ପର୍ବ

bhnjo
Share

ସମ୍ବଲପୁର ତା.୨୦/୪ – ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ର ବିଭିନ୍ନ ପଡା ରୁ ଶତାଧିକ ମହିଳା, ପୁରୁଷ, ଯୁବକ, ଯୁବତୀ ବିଜେପି ରେ ସାମିଲ ହୋଇଛନ୍ତି ।
ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ଦ୍ୱାରା ପରିଚାଳିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ଉପସ୍ଥିତ ରହି ଦଳ ରେ ନୂତନ ଭାବେ ଯୋଗଦାନ ଦେଇଥିବା ସଦସ୍ୟ ସଦସ୍ୟା ଙ୍କୁ ସ୍ୱଗତ କରିଥିଲେ । ଶ୍ରୀ ମିଶ୍ର ଙ୍କ ସମେତ ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଉପସଭାପତି ଫଣୀ ଭୂଷଣ ମିଶ୍ର ଓ ବିଧାୟକ ଙ୍କ କନ୍ୟା ସୁଶ୍ରୀ ଶୁଭଶ୍ରୀ ମିଶ୍ର ମଧ୍ୟ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସଦସ୍ୟ ସଦସ୍ୟା ଙ୍କୁ ସ୍ୱାଗତ କରିଥିଲେ ।
ଶ୍ରୀ ମିଶ୍ର ତାଙ୍କର ଅଭିଭାଷଣ ରେ ମୋଦୀ ଜୀ ଙ୍କର ୧୦ ବର୍ଷ ର କାର୍ଯ୍ୟକାଳରେ ହୋଇଥିବା ସମସ୍ତ ଜନକଲ୍ୟାଣକାରୀ ଯୋଜନା ଓ ନବୀନ ସରକାର ର ୨୫ ବର୍ଷ ରେ ଦୁର୍ନୀତି ଭ୍ରଷ୍ଟାଚାର କୁ ନେଇ ଲୋକଙ୍କ ପାଖ କୁ ଯାଇ ମୋଦୀ ଜୀ ଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ରାଜ୍ୟ ରେ ଡବଲ ଇଂଜିନ ସରକାର ବନେଇବା ପାଇଁ ନୂତନ ଭାବେ ଯୋଗଦାନ କରିଥିବା ସଦସ୍ୟ ସଦସ୍ୟା ମାନଙ୍କୁ ଆହ୍ୱାନ କରିଥିଲେ ।
ତୃପ୍ତି ରଞ୍ଜନ ପଣ୍ଡା ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଯୋଗଦାନ କାର୍ଯ୍ୟକ୍ରମ ରେ ପ୍ରଭୁଦତ୍ତ ପଣ୍ଡା, ଶିବ ଦିୱାନ, ସଞ୍ଜୟ ଷଡ଼ଙ୍ଗୀ, ସନ୍ତୋଷ ଡାଲୁଆ, କାହ୍ନୁରାମ ଶର୍ମା, ଶ୍ୟାମ ଗୁରୁ, ଅଜୟ ବଡ଼ ଗେୟାଁ, ଗୋପାଳ ଶର୍ମା, ଆରତୀ ବରାଡ଼, ସରୋଜିନୀ ବନଛୋର, କାନ୍ତି ମେହେର, ସଲୀଳା ପଣ୍ଡା, ମଞ୍ଜୁଳା ଓରାମ ପ୍ରମୁଖ ସାମିଲ ଥିଲେ ।

You may have missed