ଉମରକୋଟ ଠାରେ ଅଞ୍ଜୁମନ ଇସ୍ଲାମିୟା କମିଟି ପକ୍ଷରୁ ପବିତ୍ର ଇଦୁଲ ଫିତର ପାଳିତ…..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଶେଷ ହୋଇଛି ମୁସଲମାନ ଭାଇ ଭଉଣୀ ଙ୍କ ପବିତ୍ର ରମଜାନ ମାସ | ଏହି ମାସ ମୁସଲିମ ସମ୍ପ୍ରଦାୟ ଙ୍କ ପବିତ୍ର ମାସ ହୋଇଥିବା ରୁ ଏହି ମାସରେ ସମସ୍ତ ମୁସଲିମ ଭାଇ ଭଉଣୀ ମାନେ ଆଲ୍ଲା ଙ୍କ ନାମରେ ଦିନ ତମାମ ଉପବାସ ରେ ରହିଥାନ୍ତି, ଯାହାକୁ ରୋଜା ମଧ୍ୟ କୁହାଯାଇଥାଏ | ଏଥିସହ ମାସ ତମାମ ଗରିବ ଓ ଅଭାବୀ ଲୋକଙ୍କୁ ଦାନ ଧର୍ମ ମଧ୍ୟ କରିଥାନ୍ତି | ରମଜାନ ମାସ ର ଅନ୍ତିମ ଦିବସ | ଆଜି ସାରା ବିଶ୍ୱରେ ପାଳିତ ହେଉଛି ପବିତ୍ର ଇଦ ପର୍ବ | ଉମରକୋଟ ସହର ମଧ୍ୟ ଏଥିପାଇଁ ହୋଇଛି ଉତ୍ସବ ମୁଖର | ଉମରକୋଟ ଅଞ୍ଜୁମନ ଇସ୍ଲାମିୟା କମିଟି ପକ୍ଷରୁ ମହାଆଡମ୍ବର ସହ ଏହି ପର୍ବ ପାଳନ ହେଉଛି | ଏହି ପରିପେକ୍ଷୀରେ ମୁସଲମାନ ଭାଇ ଭଉଣୀ ଓ ଶିଶୁ ମାନେ ଏକତ୍ରିତ ହୋଇ ଓଡିଶା ପ୍ରସିଦ୍ଧ ମସଜିଦ ନିକଟରୁ ଉମରକୋଟ ଆଞ୍ଜୁମନ ଇସ୍ଲାମିୟା କମିଟି ସଭାପତି ମହମ୍ମଦ ସଲିମ ରାଠୋର ଏବଂ ପୂର୍ବତନ ସଭାପତି ଖାଲିଦ ଜିଲାନୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବାହାରି ରାଇଘର ରୋଡ଼ ସ୍ଥିତ ଇଦ୍ଗା ନିକଟରେ ପହଁଞ୍ଚି ଥିଲେ | ପରେ ସମସ୍ତେ ଏକତ୍ରିତ ହୋଇ ଉମରକୋଟ ଅଞ୍ଚଳ ରେ ଭାଇଚାରା ବଜାୟୀ ରହିବା ଓ ବିଶ୍ୱ ଶାନ୍ତି ପାଇଁ ଆଲ୍ଲା ଙ୍କ ନିକଟରେ ପ୍ରାର୍ଥନା କରିଥିଲେ | ଏହି ପାର୍ଥନା ସଭାରେ ଆଞ୍ଜୁମନ ଇସ୍ଲାମିୟା କମିଟି ସଭାପତି ମହମ୍ମଦ ସଲିମ ରାଠୋର ଉପସ୍ଥିତ ସମସ୍ତଙ୍କୁ ଭାଇଚାରା ର ବାର୍ତ୍ତା ବାଣ୍ଟିବା ସହ ଅଞ୍ଚଳ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ ଏବଂ ମସଜିତ ର ଉନ୍ନତି ନିମନ୍ତେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ | ପରେ ପିଲାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମିଶି ବନ୍ଧୁ ମିଳନ ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ, ହୋଇଥିଲା ବନ୍ଧୁତ୍ୱ ର ଆଦାନ ପ୍ରଦାନ | ଏହି କାର୍ଯ୍ୟକ୍ରମ ରେ ସମସ୍ତ ମୁସଲିମ ଭାଇ ଭଉଣୀ ମାନେ ପରସ୍ପର ଙ୍କୁ ଇଦ ମୁବାରକ ଜଣାଇଥିଲେ | ଶେଷରେ ଉପସ୍ଥିତ ଅଭାବୀ ଓ ଗରିବ ଙ୍କୁ ଦାନ ଧର୍ମ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଆଞ୍ଜୁମନ ଇସ୍ଲାମିୟା କମିଟି ର ଉପସଭାପତି ସହଜାଦା ରିଜିଭି, ସମ୍ପାଦକ ଅଲ୍ଲୀ ଲାଠିଆ, ଯୁଗ୍ମ ସମ୍ପାଦକ ଶେଖ ଅନିଶ, ଇନୁଷ ମାଲକାନୀ, ଉମର ହିଙ୍ଗରା, ମମୁ ସତାର ହିଙ୍ଗୋରା, ମହମ୍ମଦ ଇବ୍ରାହିମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଚଳିତ ବର୍ଷ ବିଶ୍ୱ ର ବିଭିନ୍ନ ପ୍ରାନ୍ତ ରେ ଯୁଦ୍ଧ ଲାଗିରହିଥିବା ଯୋଗୁଁ ବିଶ୍ୱ ଶାନ୍ତି ପାଇଁ ଆଲ୍ଲା ଙ୍କ ନିକଟରେ ପ୍ରାଥନା କରାଯାଇଛି ବୋଲି ଅଞ୍ଜୁମନ ଇସ୍ଲାମିୟା କମିଟି ଉମରକୋଟ ର ସଭାପତି ସଲିମ ରାଠୋର ଏବଂ ପୂର୍ବତ୍ତନ ସଭାପତି କେ. ତନଭୀର ଜିଲାନି କହିଛନ୍ତି |
