April 26, 2026

ବନ ବିଭାଗର ଭଲିବଲ ଖେଳ ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କୁ ସଚେତନତା ..

IMG-20260321-WA0038
Share

ମୋହନା –ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଅନେକ ରହିଛି l ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ରାମଗିରି ବନାଞ୍ଚଳ ଅଧିକାରୀ ପିୟୁଷ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମହେନ୍ଦ୍ରଗଡ ସେକ୍ସନ ସନ୍ଧିସାହି ଠାରେ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଭଲିବଲ ଖେଳ ପ୍ରତିଯୋଗିତା ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ୮ ଟି ଗାଁର ୮ ଟି ଟିମ ତିଆରି କରାଯାଇଥିଲା l ଏବଂ ପ୍ରତିଯୋଗିତାରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ଗ୍ରୀଷ୍ମ ଦିନରେ ଜଙ୍ଗଲରେ ଲାଗୁଥିବା ନିଆଁ କିଭଳି ଲାଗେ ଓ ଏହା କିଭଳି ନଲାଗି ପାରିବ ସେଥିପାଇଁ ପରାମର୍ଶ ଦେବା ସହ ଯଦି କାହାର ନିଆଁ ଲାଗିବା ଦୃଷ୍ଟିଗୋଚର ହୁଏ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ l ଏବଂ ବନ ବିଭାଗର ଏଭଳି ଏକ ନିଆରା ସଚେତନତା କାର୍ଯ୍ୟକ୍ରମକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l