March 22, 2025

ବାବା ଆଖଣ୍ଡଳମଣି ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷାକେନ୍ଦ୍ର ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଛି l

Share

 

ଆଜି ବିଶ୍ୱ ପଖାଳ ଦିବସ ଉପଲକ୍ଷେ ବାବା ଆଖଣ୍ଡଳମଣି ଯୋଗ ଆଧ୍ୟାତ୍ମିକ ଶିକ୍ଷାକେନ୍ଦ୍ରର ଅଧକ୍ଷ ମନୋଜ କୁମାର ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମିଶି ପଖାଳ ଦିବସ ମଧୁବନ ର କ୍ଳବ ପରିସରରେ ପାଳନ କରିଛନ୍ତି l ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ନିଜ ନିଜ ଘରେ ପଖାଳ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଆଣି ଏହି ଦିବସ ପାଳନ କରିଥିଲେ l ପଖାଳ ସହିତ ଚାଳିଶ ରୁ ଉର୍ଦ୍ଧ ଖାଦ୍ୟ ପରିବେଷଣ କରିବା ସହିତ ସହିତ ସମସ୍ତେ ଏକାଠି ବସି ପଖାଳ ଖାଇଥିଲେ l ଏହି ପଖାଳ ଦିବସରେ ଓଟିଭି ପ୍ରତିନିଧି ମଧୁସୂଦନ ମିଶ୍ର ସମସ୍ତଙ୍କ ବସି ପଖାଳ ଖାଇବା ସହିତ ଆଗାମୀ ଯୁବପିଢ଼ି ସକାଳୁ ଫାଷ୍ଟଫୁଡ ବଦଳରେ ପଖାଳ ଖାଇବାକୁ ନିବେଦନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed