April 25, 2026

ଧମା ଶିଶୁମନ୍ଦିର ପକ୍ଷରୁ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ପଧାନଙ୍କୁ ସମ୍ବର୍ଦ୍ଧନା

IMG-20250506-WA0058
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ବଣ ର ମଲ୍ଲୀ ବଣରେ ଫୁଟି କେବଳ ଝଡି ଯାଏନା। ବରଂ ତାର ସୁବାସିତ ବାସ୍ନା ତାକୁ ସାରା ଜଗତରେ ମହାକାଇ ଦେଇଥାଏ।ଏଭଳି ଆଜି ନିପଟ ମଫସଲ ର ଜଣେ ମେଧାବୀ ସୁଶ୍ରୀ ପୂଜା ପାଉଛନ୍ତି ସାରା ଇଲାକାରେ। ଭୁରି ଭୁରି ପ୍ରଶଂସା, ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟୁଛି

ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ପଧାନଙ୍କ ନିକଟକୁ।

 

ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଦଶମ ଶ୍ରେଣୀ ପରୀକ୍ଷାରେ ୬୦୦ ରୁ ୫୬୫ ନମ୍ବର ରଖି ସମ୍ବଳପୁର ଜିଲ୍ଲା ରେ ୨ୟ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ପଧାନ ଙ୍କୁ ଆଜି ଧମା ସରସ୍ୱତୀ ଶିଶୁମନ୍ଦିର ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମାନେଶ୍ୱର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଉପାନ୍ତ ଅଂଚଳ ଭାବେ ପରିଚିତ ଡକରା ଗ୍ରା.ପ. ର ବଡ଼ମାଲ ଗ୍ରାମ ରେ ଜନ୍ମଲାଭ କରିଥିବା ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ଧମା ଶିଶୁମନ୍ଦିର ରେ ଓ ପରେ ଧନୁପାଲି ଶିଶୁମନ୍ଦିର ରେ ସେ ପଞ୍ଚମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ଜଣେ ମେଧାବୀ ଛାତ୍ରୀ ଭାବେ ସେ ପଞ୍ଚମ ବୃତ୍ତି , ଷଷ୍ଠ ଏବଂ ନବମ ଶ୍ରେଣୀ ପଠାଣି ସାମନ୍ତ , ଅଷ୍ଟମ ଶ୍ରେଣୀ ବୃତ୍ତି ରେ ମହାନଗର ସ୍ତରରେ ପ୍ରଥମ ସ୍ଥାନ ଅଧିକାରୀ ଥିବା ବେଳେ ୭ମ ଓ ୯ମ ରେ ଭାରତୀ କୃଷ୍ଣ ଗଣିତ ପରୀକ୍ଷାରେ ରାଜ୍ୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଥିଲେ । ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ- ଗୁରୁମା, ପରିଚାଳନା କମିଟି ର ସମ୍ପାଦକ ଙ୍କ ଉପସ୍ତିତି ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତାଙ୍କର ଉଜ୍ବଳମୟ ଭବିଷ୍ୟତ କାମନା କରାଯାଇଥିଲା।