November 22, 2024

ଭୈରୀ ମାତାଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଲେ ମହାରାଜା କମଳଚନ୍ଦ୍ର ଭଞ୍ଜଦେଓ…

Share

 

କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା ବ୍ଲକ୍ ତଥା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲ ଗୁଡ଼ା ଗ୍ରାମରେ ବୁଧବାର ମାଁ ଭୈରୀ ମାତାଙ୍କର ନୃତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି ।ଏହି ପ୍ରତିଷ୍ଠା ଉତ୍ସବରେ ଛତିଶଗଡ଼ ଜଗଦଲପୁର ମହାରାଜା ଶ୍ରୀ କମଳ ଚନ୍ଦ୍ର ଭଞ୍ଜଦେଓ ଯୋଗଦାନ କରିଥିବା ଜଣା ପଡ଼ିଛି ।ମହାରାଜାଙ୍କୁ ଗ୍ରାମବାସୀ ବିରାଟ ପଟୁଆର ,ଶୋଭାଯାତ୍ରା ଓ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଥିବା ଦେଖା ଯାଇଛି।ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଥିବା ବେଳେ ସ୍ଥାନୀୟ କମିଟି ସଭ୍ୟ ଓ ଗ୍ରାମବାସୀ ଗୌରୀ ଶଙ୍କର ମିଶ୍ର,ଭଗବାନ ବିଷୋୟୀ, ରାମେଶ୍ୱର ମୁଦୁଲି, ସାହେବ ଭତ୍ରା,ସଦା ଭତ୍ରା ପ୍ରମୁଖ ସହଯୋଗ କରିଥିବା ଜଣା ପଡ଼ିଛି ।ପ୍ରାୟ ୧୦୦ ବର୍ଷ ଧରି ମାଁ ଭୈରୀ ମାତା ସୁନାଥର ବିଷୋୟୀ ଓ କୃଷ୍ଣ ଭତ୍ରାଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ପୂଜା ପାଇ ଆସୁଥିବା କଥା ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଇତିମଧ୍ୟରେ, ପୂର୍ବ ସାଂସଦ ପର୍ଶୁରାମ ମାଝି, , କଂଗ୍ରେସ ନେତା ନୀଳକଣ୍ଠ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା,ବି.ଜେ.ପି. ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ଭାସ୍କର ଭଟ୍ଟ ମନ୍ଦିର କମିଟି ଙ୍କ ସମେତ ହଜାର ହଜାର ଭକ୍ତଙ୍କ ସମା ଗମ ହୋଇଛି I ତିନି ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବ ରେ ସମସ୍ତ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ତା ମନ୍ଦିର କମିଟି ଦ୍ୱାରା ହୋଥିବାର ଜଣା ଯାଇଛି I
(କୋରାପୁଟରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଖବର ଉପାନ୍ତ ଓଡ଼ିଶା )