November 15, 2024

ତିନି ଦିନିଆ ଓଡିଶା ଗସ୍ତରେ ପଞ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି

Share

–ତିନି ଦିନିଆ ଗସ୍ତରେ ଆସି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁରୀ ରେ ପହଚିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଆଶିଷ ଲାଭ କରିବେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ମହାପ୍ରଭୁଙ୍କ ନିକଟରେ ଥିବା ନିଜର ମାନସିକ ପୂଜା ମଧ୍ୟ କରିବେ ମମତା। ଏ ନେଇ ଆଜି ପୁରୀ ଗସ୍ତରେ ମମତା ଆସିଥିବା ବେଳେ ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଯାଇ ପ୍ରାୟ ଏକ ଘଣ୍ଟା ସେଠାରେ ଅତିବାହିତ କରିବେ ଏ ନେଇ ତାଙ୍କ କୌଳିକ ଗୁରୁ ଜଗନ୍ନାଥ ସ୍ୱାଇ ମହାପାତ୍ର ସୂଚନା ଦେଇଛନ୍ତି। ମମତା ପୁରୀ ଆସି ନିର୍ମାଣ ନିବାସ ଠାରେ ଅବସ୍ଥାନ କରିଛନ୍ତି । ମମତା ମଙ୍ଗଳ ବାର ଏବଂ ବୁଧବାର ରାତି ଅବସ୍ଥାନ କରିବେ। ତେବେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗସ୍ତକୁ ନଜରରେ ରଖି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୋଟକଲ ଅନୁଯାୟୀ ସମସ୍ତ ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନ 4 ଟା 15 ରେ କାର ଯୋଗେ କଡା ସୁରକ୍ଷା ବଳୟ ମଧ୍ୟରେ ଭବୁନେଶ୍ୱର ରୁ ଆସି ପୁରୀ ରେ ପହଚିଥିଲେ । ନିର୍ମାଣ ନିବାସ ରେ ମମତା ପହଚିବା ପରେ ଜିଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ , ଏସପି କେ ବିଶାଲ ସିଂହ , , ଉପ ଜଲ୍ଲାପାଳ ଭବ ତାରଣ ସାହୁ , ଦଇତା ପତି ନିଯୋଗ ସମ୍ପାଦକ ରାମ କୃଷ୍ଣ ଦାସ ମହାପାତ୍ର ପ୍ରମଖୁ ତାଙ୍କୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ ।ମମତା ବାନଜୀ ନିର୍ମାଣ ନିବାସର ରୁମ୍ ନମ୍ବର 205 ରେ ଅବସ୍ଥାନ କରିଚନ୍ତି ।ସେ ଆଜି ରାତିରେ ମହାପ୍ରସାଦ ସେବନ କରିବେ ବୋଲି ଶ୍ରୀ ଦାସ ମହାପାତ୍ର ସୂଚନା ଦେଇଚନ୍ତି । ବୁଧବାର କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ 3 ଟାରୁ୫ ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ପରେ ନୀଳଚକ୍ରରେ ବାନା ବନ୍ଧା ନୀତି କୁ ଦେଖିବେ । ସେହିପରି ପୁରୀ ବଳିଆପଣ୍ଡା ଅଂଚଳରେ ଥିବା ସିପସରୁବାଲି ମୌଜା ରେ ୫ଏକର ଜମିରେ ପଶ୍ଚିମ ବଙ୍ଗ ସରକାରଙ୍କ ଏକ ଗେଷ୍ଟ ହାଉସ ପାଇଁ ଜମି କୁ ଦେଖିବା ସହ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ସହ ଆଲୋଚନା କରିବା ର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପ୍ରୋଟକୋଲ ଅନୁଯାୟୀ ପୁରୀ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରଯାଇଛି। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଜଣ ଅତିରିକ୍ତ ଏସପି ୪ ଜଣ ଡିଏସପି ସହ ବିଭିନ୍ନ ଥାନା ଅଧିକାରୀ ମାନେ ମଧ୍ୟ ନିୟୋଜିତ ରହିବେ। ସେହିପରି ମମତାଙ୍କ ସହ 22 ଜଣିଆ ଟିମ୍ ସହ କିଛି ମନ୍ତ୍ରୀ ଆସିଥିବା ଜଣାପଡ଼ିଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l