August 25, 2026

ଏସ୍ .ଏସ୍. ବି. ଅଧ୍ୟାପକ ପରୀକ୍ଷାରେ ଭାଇ ଓ ଭଉଣୀ ଙ୍କ ସଫଳତା

IMG-20230321-WA0000
Share

 

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖଣା ଗ୍ରାମର ଶ୍ରୀଯୁକ୍ତ ପ୍ରତାପ କୁମାର ରାଉତ ଓ ଶ୍ରୀମତୀ ପ୍ରେମଲତା ରାଉତ ଙ୍କର ଏକ ମାତ୍ର ପୁତ୍ର ଓ କନିଷ୍ଠ କନ୍ୟା ଚଳିତ ବର୍ଷ ଏସ୍.ଏସ୍.ବି. ଅଧୀନରେ ହୋଇଥିବା ଅଧ୍ୟାପକ ପ୍ରବେଶିକା ପରୀକ୍ଷା ରେ ସଫଳତା ଲାଭ କରି ନିଜ ଗାଁ ଓ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ପୁତ୍ର ଶ୍ରୀମାନ କଲ୍ୟାଣ କୁମାର ରାଉତ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ରେ ଇତିହାସ ବିଭାଗ ରେ ଅଧ୍ୟାପକ ଭାବେ ଯୋଗ ଦେଇଥିବା ବେଳେ କନ୍ୟା ବନୀତା ରାଉତ କନକମଞ୍ଜରୀ ବାଳିକା ମହାବିଦ୍ୟାଳୟ ଶାଳପଡ଼ା ରେ ଇତିହାସ ବିଭାଗ ରେ ଅଧ୍ୟାପିକା ଭାବେ ଯୋଗ ଦେଇଛନ୍ତି ।

ଉଭୟ ସେମାନଙ୍କର ସଫଳତାର ର ଶ୍ରେୟ ସେମାନଙ୍କର ସ୍ବର୍ଗତ ପିଉସା‌‌ ୰ ଧନୁର୍ଦ୍ଧର ଆୟଚ ଙ୍କୁ ଦେବା ସହିତ ସେମାନଙ୍କର ର ଗୁରୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପତ୍ତ୍ନତତ୍ବ ବିଭାଗର ଅବସର ପ୍ରାପ୍ତ ଅଧ୍ୟାପକ ଡ଼. ସଞ୍ଜୟ କୁମାର ଆଚାର୍ଯ୍ୟ ଙ୍କୁ ପ୍ରଦାନ କରିଛନ୍ତି ।ନିଜର ପିତା ମାତା , ବନ୍ଧୁ ବାନ୍ଧବ ଓ ଗୁରୁଜନ ଙ୍କ ଆର୍ଶୀବାଦ ର ଫଳ ପ୍ରାପ୍ତ ହୋଇଥିବା ରୁ ସେମାନଙ୍କ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କାମନା କରିଛନ୍ତି।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।