ପୁରୀ ମୁଦୁଲି ଜାଗାରେ ମୂର୍ତ୍ତି ପ୍ରତିଷ୍ଠା ସହିତ ମହାଯଜ୍ଞ ସମ୍ପନ୍ନ
ଆଜି ପୁରୀ ବାସେଳୀସାହି ସ୍ଥିତ ମୁଦୁଲି ଜାଗାରେ ବକୁଳେଶ୍ୱର ମହାଦେବ, ପବନପୁତ୍ର ହନୁମାନ, ମା ବନଦୁର୍ଗା, ମା ଦକ୍ଷିଣକାଳୀ ଏବଂ ମା ତାରାଙ୍କ ମୂର୍ତ୍ତି ସ୍ଥାପନା ସହିତ ମହାଯଜ୍ଞ ର ପୂର୍ଣ୍ଣାହୁତି ସମ୍ପନ୍ନ ହେବା ସହିତ ସମସ୍ତ ଦେବାଦେବୀ ମାନଙ୍କୁ ଦୋଳରେ ବସାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସସ୍ତ୍ରିକ ଏହି ଶୋଭାଯାତ୍ରା ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଦୋଳ ସହିତ ପରିଭ୍ରମଣ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନ ସମସ୍ତ ସଦସ୍ୟ ସଦସ୍ୟା ଏବଂ ସାହିବାସିନ୍ଦା ସହଯୋଗ କରିବା ସହିତ ଶତାଧିକ ମହିଳା ଏହି ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
