ସୁନା ଚୋରି ଅଭିଯୋଗରେ ୬ ମହିଳା କୋର୍ଟ ଚାଲାଣ
ଲାଞ୍ଜିଗଡ଼, (ପୁରନ୍ଦର ଦଣ୍ଡସେନା): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ବନାଥପୁର ଥାନା ପୋଲିସ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ସେମାନେ ହେଲେ ଛତିଶଗଡ ରାଜ୍ୟ ସରଗୁଜା ଜିଲା କତୱାଲି ଥାନା କେପି ଜିରମା ଗ୍ରାମର ବୁଟି ଗିରି(୫୦), ଉଦେପୁର ଥାନା ଅଞ୍ଚଳର କିରଣ ଗିରି(୩୦), ମମତା ଗିରି(୩୫), ବଶମତି ଗିରି(୩୩), ସୁନିତା ଗିରି(୩୫) ଓ ରାମ କୁମାରୀ ଗିରି (୪୦)। ଅଭିଯୁକ୍ତ ମହିଳାମାନେ ଚୁଡି, ଶଙ୍ଖା
ବିକ୍ରି କରିବା ସହିତ ପୁରୁଣା ସୁନାକୁ ନୂଆ ରୂପ ଦେବା ବାହାନାରେ ଲୋକଙ୍କୁ ଅସଲି ସୁନା ବଦଳରେ ନକଲି ସୁନା ଦେଇ ଚକମା ଦେଉଥିଲେ । ପ୍ରଥମେ ଅଞ୍ଚଳବାସୀ ତିନ ଜଣ ମହିଳାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରେ ବେନଗାଁ ପଞ୍ଚାୟତ ଅଞ୍ଚଳର ଅନ୍ୟ ତିନିଜଣ ମହିଳାଙ୍କୁ ଲୋକେ କାବୁ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲ (ନଂ.୧୫/୨୬) ରୁଜୁ କରି କୋର୍ଟ ଚାଲାଣ କରିଥିବା ଏସ୍ଆଇ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*
