ଦୟାନନ୍ଦ ରେଡ୍ଡୀ ହେଲେ ଛତ୍ରପୁର ଠାକୁରାଣୀ ଯାତ୍ରା କମିଟି ସଭାପତି
ଛତ୍ରପୁର ତା ୨୧.୦୨.୨୬(ଅରୁଣ କୁମାର ପଣ୍ଡା ) ଛତ୍ରପୁରର ପ୍ରସିଦ୍ଧ ମା ଠାକୁରାଣୀ ମାଁ ରାମାୟଣା ମା’ ମନ୍ଦିର ର ଯାତ୍ରା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ମନ୍ଦିର ପରିଚାଳନା କମିଟିର ସଭାପତି ଙ୍କ ସଭାପତିତ୍ୱ ରେ ପୂର୍ବ ନିର୍ଧାରିତ ସମୟ ଅନୁସାରେ ମନ୍ଦିର ପରିଚାଳନା କମିଟି, ଯାତ୍ରା କମିଟି ଓ ଛତ୍ରପୁର ଅଞ୍ଚଳବାସି ଙ୍କ ଉପସ୍ଥିତିରେ ୨୦୨୬ ପାଇଁ ଯାତ୍ରା ଲାଗି ଏକ ବୈଠକ ଆୟୋଜନ କରାଯାଇଥିଲା । ଗତ ୨୦୨୪ ମସିହାରେ ମ୍ୟାନେଜେର ଭାବେ ଶ୍ରୀ ସି.ଏଚ.ଦୟାନନ୍ଦ ରେଡ୍ଡୀ ସୁନ୍ଦର ଭାବେ ଦାୟିତ୍ୱ ତୁଲେଇଥିବା ବେଳେ ଠିକ ସେହିପରି ଚଳିତ ବର୍ଷ ୨୦୨୬ ରେ ହବାକୁ ଥିବା ମାଁ ରାମାୟଣା ମା’ ଠାକୁରାଣୀ ଯାତ୍ରା କମିଟି ମ୍ୟାନେଜେର ଓ ଆସିଷ୍ଟାଣ୍ଟ ମ୍ୟାନେଜେର ଦୁଇଜଣଙ୍କ ନାମ କୁ ପୁଣି ପ୍ରସ୍ତାବିତ କରାଯାଇଥିଲା l ଯେହେତୁ ଅନ୍ୟ କୌଣସି ପ୍ରତିଦ୍ବନ୍ଦୀତା କରିନଥିଲେ ପୁଣିଥରେ ଦୟାନନ୍ଦ ରେଡ୍ଡୀ (ମ୍ୟାନେଜେର)ଓ ସମରେନ୍ଦ୍ର ସେନାପତି (ଆସିଷ୍ଟାଣ୍ଟ ମ୍ୟାନେଜେର)ଏବଂ ତାଙ୍କ ଟିମ କୁ, ମନ୍ଦିର କମିଟି ଓ ଉପସ୍ଥିତ ସଦସ୍ୟ ମାନଙ୍କ ସହମତି ରେ ନିର୍ଦ୍ୱନ୍ଦରେ ଚୟନ କରାଗଲା l ତାପରେ ମନ୍ଦିର କମିଟି ଓ ସମସ୍ତ ଛତ୍ରପୁର ବାସିନ୍ଦା ନୂତନ କମିଟିକୁ ଉତ୍ତରିଅ ଓ ପୁଷ୍ପମାଲ୍ୟ ପିନ୍ଧାଇ କରତାଳି ସହିତ ସ୍ୱାଗତ ଜଣେଇଥିଲେ l ପରେ ମାଁ ରାମଚଣ୍ଡୀ ଙ୍କ ପୂଜା କମିଟି ତରଫରୁ ନୂତନ କମିଟି କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ମନ୍ଦିର କମିଟି ସଭାପତି ଏସ ରାମ ମୋହନ ରାଓ,ସମ୍ପାଦକ ବି. ଶ୍ରୀନିବାସ, ଏମ୍. ସତ୍ୟନାରାୟଣ,ବିଜେଡି ନେତା ଚନ୍ଦ୍ର ଶେଖର ରାଓ (ବୁଚି ବାବୁ) ରାଜୀ ବାବୁ, କମଳ ପଣ୍ଡା, ସମାଜ ସେବି ସୁଧୀର ପଟନାୟକ,ରାଜୁ ରେଡ୍ଡୀ, ଲିଙ୍ଗରାଜ ରେଡ୍ଡୀ, ଏନ୍. ପ୍ରଭାକର ରାଓ, ଡାଲେୟା ରେଡ୍ଡୀ, ସି ଏଚ. ପୂର୍ଣକୁମାର, ରମେଶ ରେଡ୍ଡୀ, ବୁଲୁ ରେଡ୍ଡୀ ସହ କମିଟିର ଅନ୍ୟ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ଢୋଲ, କୀର୍ତନ ସହ ସହର ପରିକ୍ରମା କରିଥିଲେ l
