March 10, 2026
ajiro khabar
Share

 

 

୧-ଭୁବନେଶ୍ୱର:୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଗତବର୍ଷ ଅପେକ୍ଷା ୬.୯% ବୃଦ୍ଧି।

 

୨-ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ରାଜ୍ୟର ୪ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ହଟିଲା ପ୍ରଫେସନାଲ ଟ୍ୟାକ୍ସ।

 

୩-ଗ୍ରାମାଞ୍ଚଳର ବିକାଶ ପାଇଁ ୪୪ ହଜାର ୩୦୯ କୋଟି, ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ବ୍ୟୟ ବରାଦ।

 

୪-ସ୍ବାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ, ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି ।

 

୫-ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ, ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି ଟଙ୍କା।

 

୬-ରାଜ୍ୟ ବଜେଟରେ ଦକ୍ଷତା ବିକାଶକୁ ଗୁରୁତ୍ବ, କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଉଦ୍ୟମୀ’ ଯୋଜନା।

 

୭-ବଜେଟରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା; BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା।

 

୮-ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା। ସ୍କୁଲ ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର। ଚକିତ କଲା ବିଧାନସଭାରେ ଗଣଶିକ୍ଷା ବିଭାଗର ତଥ୍ୟ। ୨୦୨୪-୨୫ ଶିକ୍ଷାବର୍ଷରେ ପାଠ ଛାଡ଼ିଛନ୍ତି ୧୫% ପିଲା।

 

୯-ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ।

 

୧୦-ରୋଷେଇ ଘର ନାହିଁ,ମେନୁ ମାଳ ମାଳ ,ଋଣ ବୋଝ ମୁଣ୍ତ ପିଛା ୩୦ ହଜାର ପାର:ବଜେଟ୍ ଉପରେ ନବୀନ ପଟ୍ଟନାୟକଙ୍କ ମତ।

 

୧୧-କେନ୍ଦ୍ରାପଡ଼ା: ରାଜକନିକାରେ ଚାଞ୍ଚଲ୍ୟ,ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୪ ଶିକ୍ଷକଙ୍କ ବଳାତ୍କାର ଅଭିଯୋଗ।

 

୧୨-ଛେଣ୍ଡିପଦା:୨୨ କେଜି ଗଞ୍ଜେଇ ଜବତ,ବାପପୁଅ ଗିରଫ, ବାଇକ୍, ମୋବାଇଲ ଫୋନ ଜବତ।

 

୧୩-କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ -ପୁଅ ବୋହୂକୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରିବେ ମା’।

 

୧୪-ପଶ୍ଚିମବଙ୍ଗରେ ନ୍ୟାୟିକ ଅଧିକାରୀ ଏସ୍ଆଇଆର୍ ର କରିବେ ତଦାରଖ: ସୁପ୍ରିମକୋର୍ଟ।

 

୧୫-ମୁମ୍ବାଇ:ହିଲାରୀ କ୍ଲିଣ୍ଟନଙ୍କୁ ନୀତା ଓ ମୁକେଶ ଅମ୍ବାନୀଙ୍କ ଜୋରଦାର ସ୍ୱାଗତ, ଆଣ୍ଟିଲିଆରେ ବିତାଇଲେ ଅପରାହ୍ନ।

 

୧୬-ପାଲ୍ଲେକେଲେ: ବିଜୟ ସହ ଅଷ୍ଟ୍ରେଲିଆର ବିଦାୟ,ଓମାନକୁ ୯ ଓ୍ବିକେଟ୍ ରେ ହରାଇଲା।

 

୧୭-ପ୍ରେମଦାସା ଷ୍ଟାଡିୟମରେ ଆଜିଠୁ ସୁପର -୮,ଆଜି ପାକିସ୍ତାନ – ନ୍ୟୁଜଲାଣ୍ଡ ଭେଟ।

 

୧୮-‘AI ସବୁକିଛି କରିପାରିବ, କିନ୍ତୁ ଦିଲ୍ଲୀ ଟ୍ରାଫିକର ସମାଧାନ କରିପାରିବ ନାହିଁ’; ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ରେ ରିଷି ସୁନାକ କଲେ ତାଚ୍ଛଲ୍ୟ।

 

୧୯-ବାଂଲାଦେଶ ତାରିକ୍ ରହମାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଭାରତୀୟଙ୍କ ଲାଗି ଆରମ୍ଭ ହେଲା ଭିସା ସେବା।

 

୨୦-ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣ, ୱାସିଂଟନକୁ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନାହିଁ ବ୍ରିଟେନ।

 

୨୧-ଓ୍ବାଶିଂଟନ୍: ଟ୍ରମ୍ପଙ୍କୁ ବଡ଼ ଝଟକା, ଅନ୍ୟ ଦେଶ ଗୁଡ଼ିକରେ ତାରିଫ୍ ରଦ୍ଦ କଲେ ଆମେରିକା ସୁପ୍ରିମକୋର୍ଟ।