ଗୋରୁ ଚାଲାଣ କ୍ୟାଣ୍ଟର ଓଲଟି ୪୪ ରୁ ଅଧିକ ଗୋରୁ ମୃତ ଜନ ସାଧାରଣ ରେ ଅସନ୍ତୋଷ

ତା: – ୨୦/୧୨ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ କୋଟପାଡ଼ ଠାରୁ କୁସୁମୀ ହରଡାପୁଟ ଯିବା ରାସ୍ତାରେ ଘୁମର ଗ୍ରାମ ନିକଟରେ ଏକ କ୍ୟାଣ୍ଟର ନଂ RJ14CK7127 ଯୋଗେ କୋଟପାଡ଼ ଅଞ୍ଚଳରୁ ଆନ୍ଦ୍ର ପ୍ରଦେଶକୁ ଅବାଧ ଗୋରୁଗାଇ ଚାଲାଣ ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଯୋଗୁଁ ଘଟଣାସ୍ଥଳରେ ୪୪ ଗୋରୁ ମୃତ ଏବଂ ୧୦ରୁ ଅଧିକ ଆହତ ଗୋରୁ ଉଦ୍ଧାର କରାଯାଇଛି l
ସୂଚନା ପାଇଁ କୋଟପାଡ଼ ପୋଲିସ,ଅଗ୍ନିଶମ ବିଭାଗ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ କେତୋଟି ଆହତ ଗୋରୁକୁ ଘଟଣା ସ୍ଥଳରେ ଚିକିତ୍ସା କରିବା ଦେଖାଯାଇଥିଲା,ଏହି ଘଟଣାରେ ସମୁଦାୟ କେତୋଟି ଗୋରୁ ଥିଲେ ଏବଂ ନିର୍ଦ୍ଧିଷ୍ଟ କେଉଁଠାରେ ଚ଼ାଲାଣ କରାଯାଉଥିଲା ତାହା କ୍ୟାଣ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ଯୋଗୁଁ ଜଣାପଡିନାହିଁ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରେ ଚ଼ର୍ଚ୍ଚା ହେଉଛି । ଏ ଅଞ୍ଚଳରୁ ଅନେକ ସମୟରେ ଏହିପରି ଅବାଧ ଗୋଚ଼ାଲାଣ ହେଉଥିବା ଅଭିଯୋଗ ସତ୍ତ୍ୱେ ମଧ୍ୟ କଡ଼ାକଡ଼ି ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ ହେବା ଯୋଗୁଁ ଜନସାଧାରଣରେ ଉତ୍ତେଜନା ଦେଖା ଦେଇଛି। କୋଟପାଡ଼ ଅଞ୍ଚଳ ରେ ଶ୍ରମିକ ଚଲାଣ. ବାଲି ଚଲାଣ. ଗୋ ଚଲାଣ. ଗଞ୍ଜେଇ ଚଲାଣ କୁ ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପଦ କ୍ଷେପ ଶୂନ ପୋଲିସ ପକ୍ଷରୁ ସମସ୍ତ ଜନ ସଚେତେନ ଶିବିର କାଗଜ କଲମ ରେ ସୀମିତ ଥିବାରୁ ଜନ ସାଧାରଣରେ ଅସନ୍ତୋଷ ଦିନ କୁ ଦିନ ବଢିବାରେ ଲାଗିଛି. ପୋଲିସ ଓ ଆରଟିଓ ପକ୍ଷ ରୁ କେତେ ଥର ଅଭୋର ଲୋଡିଂ ବାଲି ଟିପର. ଗୋ ଚଲାଣ କେଣ୍ଟନେର. ଶ୍ରମିକ ଚଲାଣ କେରଳ ବସ କୁ ଯାଞ୍ଚ କରାଯାଇଛି କିନ୍ତୁ ନିରହ ଲୋକ ଙ୍କୁ ହେଲମେଟ ଯାଞ୍ଚ କରି ଫାଇନ କୋଟାଯାଉଛି ବୋଲି ବୁଦ୍ଧିଜୀବି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
