September 9, 2026

ଶିକ୍ଷା ହିଁ ଜୀବନ ପାଇଁ ମୂଳ ଆଧାର

IMG-20251220-WA0052
Share

ସମ୍ବଲପୁର,୨୦.୧୨(): ଶିକ୍ଷା ହିଁ ଜୀବନ ପାଇଁ ମୂଳ ଆଧାର। ଶୈଶବ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଶିକ୍ଷଣୀୟ।ନିଜ ଭିତରେ ଏହାର ବାରମ୍ବାର ସମୀକ୍ଷା ଓ ଉପଯୋଗ କରିବା ପ୍ରୟାସ ଦ୍ୱାରା ଶିକ୍ଷାର ପରିପ୍ରକାଶ ହୋଇ ବିକାଶର ଦ୍ୱାର ଖୋଲିଥାଏ ବୋଲି ଜମନକିରା ବ୍ଲକ ଚିନିମହୁଲ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବରେ ବକ୍ତା ମାନେ କହିଛନ୍ତି।

ଆଜି ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜମନକିରା ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଖୁଣ୍ଟିଆ ମୁଖ୍ୟଅତିଥି,ଷଣ୍ଢପଥର ଏସେସଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାଏକ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ,ଜମନକିରା ଡିଗ୍ରୀ କଲେଜର ଅଧ୍ୟକ୍ଷ ଅରୁଣ ପଟେଲ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମା ସମଲେଶ୍ୱରୀ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି ଆତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ଶେଷରେ ସ୍କୁଲର ବିଦ୍ୟାର୍ଥୀ ମାନେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିଥିଲେ।

You may have missed