ଷଣ୍ଢପଥର ପିଏମ୍ଶ୍ରୀ ହାଇସ୍କୁଲ୍ର ବାର୍ଷିକୋତ୍ସବ କଠିନ ପରିଶ୍ରମ କଲେ ଜୀବନରେ ସଫଳତା ମିଳେ: ମନ୍ତ୍ରୀ ନିପୁଣ ପ୍ରତିଭା ହାସଲ ଆମର ଲକ୍ଷ ରହୁ- ଅର୍ଣ୍ଣବ ଦେହୁରୀ

ସମ୍ବଲପୁର,୨୦/୧୨ ():ପ୍ରତିଟି ବିଦ୍ୟାର୍ଥୀ କଠିନ ପରିଶ୍ରମ ସାଙ୍ଗକୁ ଶୃଙ୍ଖଳା, ସଂସ୍କାର ସହିତ ପାଠ ପଡ଼ିଲେ ଜୀବନରେ ସେ ସଫଳତା ହାସଲ କରିଥାଏ ବୋଲି ଷଣ୍ଢପଥର ପିଏମ୍ ଶ୍ରୀ ହାଇସ୍କୁଲ୍ ବାର୍ଷିକୋତ୍ସବ ଦ୍ବିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମ ଉନ୍ନୟନ, ପଞ୍ଚାୟତି ୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଏହା କହିଛନ୍ତି।ସେହିପରି ଆୟୋଜିତ ସଭାରେ ଜଣେ ୧୧ ବର୍ଷ ର ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଭା ଅର୍ଣ୍ଣବ ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ଯେ କୌଣସି ସ୍ତରରେ ନିପୁଣ ପ୍ରତିଭାର ଅଧିକାରୀ ହୋଇ ସ୍କୁଲ ଓ ଗାଁ ମାଟିର ପରିଚୟ ତିଆରି କରିବାକୁ କହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଧାନଶିକ୍ଷକ ରାଜେନ୍ଦ୍ର ଜଗତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଫାଶୀମାଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ
ଦଳବେହେରା,ବଡ଼ରମା ସରପଞ୍ଚ ବିଜୟ କୁମାର ନାଏକ, ସମିତିସଭ୍ୟ ଆଶୋକ ବାଗ, ଜୁଯୁମୁରା ବିଡିଓ ରବୀନ୍ଦ୍ର ସେଠୀ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାଶ, ଜାତୀୟ ସ୍ତରରେ ବ୍ରୋଞ୍ଜ ଓ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ବିଜେତା ତୀରନ୍ଦାଜ ଅର୍ଣବ୍ ଦେହୁରୀ, ମିସ୍ ଓଡ଼ିଶା ସୁନ୍ଦରୀ ତଥା ସମ୍ବଲପୁରୀ ଅଭିନେତ୍ରୀ ପଲ୍ଲଵୀ ସେଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଥମ ଅଧିବେଶଳରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ପିଏ ଆଇଟିଡିଏ ହେମସାଗର ଭୋଇ, ଓ ଅନିଭା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଐଶ୍ବର୍ଯ୍ୟ ନାୟକ, ସମିତିସଭ୍ୟ ଅଶୋକ ବାଘ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସସରରେ ହାଇସ୍କୁଲ ଗଠନର ମୁଖ୍ୟବିନ୍ଧାଣି ଜମିଦାତା ମାନଙ୍କ ସହ ଅର୍ଣ୍ଣବ ଓ ପଲ୍ଲବୀ ଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଜୁନିଅର୍ ବାଳିକା ବିଭାଗ ଖୋଖୋ ଖେଳରେ ଚାମ୍ପିଅନ୍ ଏବଂ ଦିଲ୍ଲୀ ଯିବାକୁ ଥିବା ଖୋଖୋ ଖେଳାଳିଙ୍କୁ ବଡରମା ପଞ୍ଚାୟତ ପକ୍ଷରୁ ମନ୍ତ୍ରୀ ଶ୍ରୀ ନାଏକ ସମ୍ବଦ୍ଧିତ କରିଥିଲେ।
