ଉମରକୋଟ ଡ୍ରିମ୍ ଡାନ୍ସ ଏକାଡେମୀର ତୃତୀୟ ବାର୍ଷିକ ଦିବସ ପାଳିତ……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହରରେ ଥିବା ଡ୍ରିମ୍ ଡାନ୍ସ ଏକାଡେମୀ ପକ୍ଷରୁ ତୃତୀୟ ବାର୍ଷିକ ଦିବସ ପାଳିତ ହୋଇଛି। ଏହି ଅବସରରେ ଏକାଡେମୀର ଛାତ୍ରଛାତ୍ରୀମାନେ ଓଡ଼ିଶୀ, ଆଧୁନିକ, ସଂସ୍କୃତିକ ଓ ଫୋକ୍ ଡାନ୍ସ ସହିତ ବିଭିନ୍ନ ନୃତ୍ୟ ରୂପ ମାଧ୍ୟମରେ ଦର୍ଶକମାନଙ୍କୁ ମୋହିତ କରିଥିଲେ।ଗୁଲିପାଟଣା ଶିବ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇ ଉଠୁ ଥିଲା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ଯକ୍ରମ ସମସ୍ତଙ୍କୁ ଆକର୍ଷିତ କରିଦେଇଥିଲା। ଡ୍ୟାନ୍ସ ଶିକ୍ଷତ୍ରୀ ମନ୍ଦିରା ସରକାର୍ କହିଛନ୍ତି ଆମ ପିଲାମାନେ ଓଡ଼ିଶୀ ନୃତ୍ୟକୁ କେମିତି ଆଗକୁ ନେଇପାରିବେ, ସେଥିପାଇଁ ଆମର ନିରନ୍ତର ଚେଷ୍ଟା ଚାଲିଛି। ଓଡ଼ିଶୀ ନୃତ୍ୟକୁ ଏଠାରୁ ରାଜ୍ୟ ମଞ୍ଚକୁ ପହଞ୍ଚାଇବା ମୋର ଲକ୍ଷ୍ୟ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସମାଜସେବୀ ରଶ୍ମି ରଞ୍ଜନ ପରିଡା, ଶାନ୍ତିଲତା ମହାନ୍ତି,ଆଇନଜୀବୀ ସନରାଜ ଗଣ୍ଡା,ପୌର ଅଧ୍ୟକ୍ଷା ରାଧା ଭତ୍ରା,
ବିଧାୟକ ପ୍ରତିନିଧି ଅଶୋକ ପାଢ଼ୀ,
କାର୍ଯ୍ୟନିର୍ବାହୀ ଅଧିକାରୀ ଅଲୋକ କୁମାର ଅନୁଗୁଳିଆ ପ୍ରମୁଖ ଉପସ୍ଥିତ ଥିଲେ
