କାଶୀନଗର ବ୍ଲକର ଚେକ ଡ୍ୟାମ ଗୁଡିକ ର ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ…
କାଶୀନଗର
ତା 20/11/24
କାଶୀନଗର ବ୍ଲକ ଅଧୀନରେ ଥିବା କୃଷଜ ମାନଙ୍କ ଦୀର୍ଘ ଦିନରୁ ଥିବା ଜଳ ସେଚନ ସମସ୍ୟା ର ସମାଧାନ କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ କାଶୀନଗର ଗସ୍ତ କରି ବ୍ଲକର ବିଭିନ୍ନ ଅଞ୍ଚଳ ମଧ୍ୟରେ ଥିବା ଚେକ ଡ୍ୟାମ ଗୁଡିକ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ. ଚେକ ଡ୍ୟାମ ଗୁଡିକ ର ପୁନ ରୁଦ୍ଧାର, ମରାମତି ଓ ଗତି ପରିବର୍ତନ କରିବା ଏମିତି ବହୁ ସମସ୍ୟା ବିଧାୟକଙ୍କ ନଜର କୁ ଆସିଛି. ଅଳଡା ପଞ୍ଚାୟତ ମଧ୍ୟରେ ଥିବା ବୈଝାଲ ଡ୍ୟାମ ର ପାଣି ସେଠାକାର ଚାଷ ଜମି ମାନଙ୍କରେ କିପରି ପହଂଚି ପାରିବ ସେଥିପାଇଁ ସେହି ଡ୍ୟାମ ନିକଟକୁ ବିଧାୟକ ଗସ୍ତ ଜାରି ସେଠାକାର ଚାଷୀ, ସରପଞ୍ଚ, ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କ୍ଷୁଦ୍ର ଜଳ ସେଚନ ବିଭାଗ ଏସ ଡି ଓ ଏବଂ ଯନ୍ତ୍ରୀ ଙ୍କୁ ତୁରନ୍ତ ଏକ ନକ୍ସା କିମ୍ବା ପ୍ଲାନ କରି ସାମଧାନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ ହଜାରେ ଏକେର ଜମିକୁ ପାଣି ପହଂଚି ପାରିବ ବୋଲି ଗ୍ରାମବାସୀ ଓ ଚାଷୀ ମାନେ କହିଥିଲେ. ସେଠାରୁ ଖାଣ୍ଡବ ପଞ୍ଚୟତ ର ଏକ ଚେକ ଡ୍ୟାମ ଓ ବୁରୁଡି ଗ୍ରାମ ନିକଟରେ ଥିବା ଚେକ ଡ୍ୟାମ ନିକଟରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଉପସ୍ଥିତ ଚାଷୀ ମାନଙ୍କ ସମସ୍ୟା ର ସାମଧାନ ଖୁବ ଶୀଘ୍ର କରାଯିବ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ. ଏହି ଅନୁଧ୍ୟାନ ସମୟରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଅଳଡା ସରପଞ୍ଚ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ.