ଆଜି ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ସଭାଗୃହରେ “ପୁନଃଶ୍ଚ ପ୍ରକୃତି” ଶୀର୍ଷକ ଏକ ଜନ ଚେତନା କାର୍ଯ୍ୟକ୍ରମ ଅନୁନ୍ୟ ୨୫୦ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି
ଆଜି ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ସଭାଗୃହରେ “ପୁନଃଶ୍ଚ ପ୍ରକୃତି” ଶୀର୍ଷକ ଏକ ଜନ ଚେତନା କାର୍ଯ୍ୟକ୍ରମ ଅନୁନ୍ୟ ୨୫୦ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଏହି ସଭାରେ ଯୋଗଦାନ କରିଥିଲେ । ପ୍ରକୃତି, ପର୍ଯ୍ୟାବରଣ, ଭୂତଳ ଜଳ ଆଦିର ପୁନରୁଦ୍ଧାର କିପରି ଅତି ଆବଶ୍ୟକ ଓ ପ୍ରତ୍ୟେକ ମଣିଷ ଏହା ପାଇଁ ସହଯୋଗ କରିବା କାହିଁକି ଜରୁରୀ ହୋଇପଡିଛି ଏହା ସନ୍ଦର୍ଭରେ ପ୍ରମୁଖ ଅତିଥି ଭାବରେ ପ୍ରଭୁ ଜଗନ୍ନାଥଙ୍କ ଶ୍ରିଅଙ୍ଗଲାଗି ସେବକ ତଥା ବିଜେପି ପୁରୀ ଜିଲ୍ଲା ଯୁବ ସଚେତକ ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ, ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ଅର୍ଜନ କରିଥିବା ଲେଖକ ତଥା ପରିବେଶବିଦ୍ ପ୍ରଫେସର ଡକ୍ଟର ରବୀନ୍ଦ୍ରନାଥ ପତି, ଗୋପବନ୍ଧୁ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାଶ ଯୋଗଦେଇ ଆଜିର ପୃଥିବୀର ସ୍ଥିତି ଓ ଏହାର ପୁନରୁଦ୍ଧାର ଉପରେ ଅଭିଭାଷଣ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବରେ Be’Nature ସଂସ୍ଥାର ମୁଖ୍ୟ ସଚେତକ ଶ୍ରୀଯୁକ୍ତ କଳ୍ପେଶ ପଟେଲ, ଶ୍ରୀ ସନ୍ତୋଷ କୁମାର ଯାଦବ ଉଦବୋଧନ ଦେଇ ରସାୟନମୁକ୍ତ ପୃଥିବୀ କରାଇବାରେ ଶତ ପ୍ରତିଶତ ରାସାୟନିକ ଉତ୍ପାଦ ଯାହା ମଣିଷର ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଭାବରେ ବ୍ୟବହାର କରାଯାଉଛି ବର୍ଜନ କରି ବି ନେଚର ଦ୍ବାରା ପ୍ରସ୍ତୁତ ୧୦୦% ପ୍ରାକୃତିକ ଯାହା ମାଟି ଓ ପାଟି ପାଇଁ ଅମୃତ ସଦୃଶ ଉତ୍ପାଦଗୁଡ଼ିକ ବ୍ୟବହାର କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହି ସଂସ୍ଥାର ପୃଷ୍ଠ ପୋଷକ ଡକ୍ଟର ନୀରବ କୁମାର ଶର୍ମା ଆୟୁର୍ବେଦ ଶାସ୍ତ୍ର ପ୍ରଣୀତ ଏପରି ହଜାର ହଜାର ଆମର ଦୈନନ୍ଦିନ ଜୀବନର ବ୍ୟବହାର ହେଉଥିବା ଛୋଟରୁ ଛୋଟ ସାମଗ୍ରୀ ଉଦ୍ଭାବନ କରି ଭାରତ ସରକାର ଓ ବିଦେଶରେ ଅନେକ ପ୍ରମୁଖ ସଂସ୍ଥାଙ୍କ ଦ୍ୱାରା ଉତ୍କୃଷ୍ଟ ଅବଦାନ ଓ ଏପରି ନୂଆ ନୂଆ ଉଦ୍ଭାବନ ପାଇଁ ଅନେକ ବାର ପୁରସ୍କୃତ ହୋଇଛନ୍ତି । ବାୟୁସେନାର ଭୂତପୂର୍ବ ଅଧିକାରୀ ଏବଂ ଜୀବନଶୈଳୀ ପ୍ରଶିକ୍ଷକ ଡକ୍ଟର ଭବାନୀ ଶଙ୍କର ସାମନ୍ତରାୟ ସଭାକୁ ପରିଚାଳନା କରିଥିଲେ । କିନ୍ନର ସମାଜ ତରଫରୁ ଦେବକୀ ମା ମଧ୍ୟ ଏହି ସଭାରେ ଅତିଥି ଭାବରେ ଯୋଗ ଦେଇ ରଙ୍ଗ, ରୂପ, ବର୍ଣ୍ଣ, ଭେଦ ଭୁଲି ସବୁ ବର୍ଗ ଓ ବ୍ୟକ୍ତି ବିଶେଷ ଆଜି ଏକମତ ହୋଇ ପ୍ରକୃତିର ପୁନରୁଦ୍ଧାର ପାଇଁ ଏହି ବି ନେଚର ସଂସ୍ଥାର ଉଦ୍ୟମକୁ ପ୍ରୋତ୍ସାହନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ବୁଦ୍ଧିଜୀବି ଓ ସମାଜ ସଚେତକ ଶ୍ରୀଯୁକ୍ତ ପଞ୍ଚାନନ ସ୍ୱାଇଁ, ଶ୍ରୀ ଅମିତ୍ କୁମାର ପଟ୍ଟନାୟକ, ଶ୍ରୀ ପ୍ରକାଶ ଚନ୍ଦ୍ର ସୁବୁଦ୍ଧି, ଶ୍ରୀ ପ୍ରଦୀପ୍ତ କୁମାର ସିଂ, ଶ୍ରୀମତୀ ମାନସୀ ପଟ୍ଟନାୟକ, ଶ୍ରୀମତୀ ରଶ୍ମିତା ପଣ୍ଡା, ଶ୍ରୀ ଧିରେନ୍ ବାରିକ, ଶ୍ରୀ ବାବୁନି ଦାସ, ଶ୍ରୀଯୁକ୍ତ ରତିକାନ୍ତ ପ୍ରତିହାରୀ ଆଦି ଯୋଗଦେଇ ଏହି ସଭାର ମହିମା ମଣ୍ଡନ କରିବା ସହିତ ଅନ୍ୟ ଜିଲ୍ଲା ଗୁଡିକରେ ଏପରି କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ ମଧ୍ୟ ରଖିଛନ୍ତି । ଆଜିର ମଣିଷ ସଚେତନ ନ ହେଲେ ଆସନ୍ତା ଦିନରେ ମାଟି ତଳ ପିଇବା ପାଣି ଟିକକ ଆମ ନାତି ନାତୁଣୀ ପାଇବେ କି ନାହିଁ ସନ୍ଦେହ ଉପୁଜିଛି , ଯାହା ପାଇଁ Be’Nature ପରିବାର ଓ ଆୟୋଜକ କୋଚ୍ ଭବାନୀ ଙ୍କୁ ସଭା ଶେଷରେ ସମସ୍ତେ ଧନ୍ୟବାଦ୍ ଦେଇଥିଲେ ।।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ