March 13, 2026

୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳନ 

IMG-20231120-WA0044
Share

୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳନ
ବୁଗୁଡା :ତା ୨୦/୧୧/୨୩ : ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବୁଗୁଡା ଶାଖା ପକ୍ଷରୁ ସୋମବାର ଦିନ ସ୍ବକାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳନ ହୋଇଯାଇଛି । ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ମହୋତ୍ସବକୁ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ସଭାପତି ମଙ୍ଗୁଳୁ ଧର ସାହୁ ଉଦଘାଟନ କରିଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ସମ୍ପାଦକ ନାରାୟଣ ମଢେଇ, ସମ୍ମାନିତ ଅତିଥି ଭାବେ ବୁଗୁଡା ଅଞ୍ଚଳ ନିର୍ଦ୍ଦେଶିକା ନନ୍ଦୀନି ଭୂୟାଁ ପ୍ରମୁଖ ଯୋଗଦେଇ ସମବାୟ ସପ୍ତାହ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିବା ସହ ସମବାୟର ପ୍ରଚାର ଓ ପ୍ରସାର ପୂର୍ବକ ସମବାୟ ସମିତି ମାଧ୍ୟମରେ ଗ୍ରାମାଞ୍ଚଳର ଚାଷୀମାନଙ୍କ ଉନ୍ନତି ଦିଗରେ ଧ୍ୟାନ ଦେଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସମସ୍ତ ସଂପାଦକଙ୍କୁ ପରାମର୍ଶ ଦେଇଥିଲେ। ଏ ଅବସରରେ ଉପସ୍ଥିତ ଅତିଥିମାନେ ୩ଟି ମହିଳା ଆତ୍ମ ସହାୟିକା ଗୋଷ୍ଠୀକୁ ୧୩ ଲକ୍ଷ ଟଙ୍କା ଋଣ ପ୍ରଦାନ ସହ ବଳରାମ ଯୋଜନାରେ ୩ଟି ମହିଳା ଆତ୍ମ ସହାୟିକା ଗୋଷ୍ଠୀଙ୍କୁ ୨ ଲକ୍ଷ ୨୫ ହଜାର ଟଙ୍କା ଋଣ ପ୍ରଦାନ କରିଥିଲେ। ବୁଗୁଡା ବ୍ଳକ ସେବା ସମବାୟ ସମିତି ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ ସ୍ବାଗତ ଭାଷଣ ଦେଇଥିଲା ବେଳେ ଶେଷରେ ପ୍ୟାକ୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।