July 6, 2024

କାର୍ତ୍ତିକ ଚତୁର୍ଥ ସୋମବାର , ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

Share

କାର୍ତ୍ତିକ ଚତୁର୍ଥ ସୋମବାର , ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ବୁଗୁଡ଼ା : ତା ୨୦/୧୧/୨୩ : ଧର୍ମ ମାସ କାର୍ତ୍ତିକର ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁଁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳ ଚଞ୍ଚଳ ହୋଇ ଉଠିଥିଲା । ବୁଗୁଡା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ବେଳେ ବଡି ସକାଳୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଗଣ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନପଞ୍ଚ ମହାଦେବଙ୍କ ଆଶିଷ ଲାଭାର୍ଥେ ଦର୍ଶନ କରିଥିଲେ । ଏଥି ସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟି ଥିଲା ।   ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା । ଯାନବାହାନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ପାର୍କିଂ ଫି ସଂଗ୍ରହରେ ସ୍ବେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

You may have missed