July 6, 2024

ପୁଣି ବିବାଦ ରେ ନୁଆଁ କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କଲେ ସାହି ବାସିନ୍ଦା ଇଓଙ୍କୁ ଦାବୀପତ୍ର ପ୍ରଦାନ

Share

ପୁଣି ବିବାଦ ରେ ନୁଆଁ କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କଲେ ସାହି ବାସିନ୍ଦା ଇଓଙ୍କୁ ଦାବୀପତ୍ର ପ୍ରଦାନ
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ଅନ୍ତର୍ଗତ ୱାର୍ଡ ନମ୍ବର 6 ଓଡ଼ିଆ ଢମଣା ସାହି ରାମେଶ୍ୱର ମନ୍ଦିର ନିକଟରେଥିବା ରାମେଶ୍ୱର ଙ୍କ ଜମି ରେ ନିର୍ମାଣ ହେବାକୁ ଯାଉ ଥିବା କଲ୍ୟାଣ ମଣ୍ଡପ ଏନଏସି ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି l ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣକୁ ଜୋରଦାର ବିରୋଧ କରିଛନ୍ତି ସାହି ଓ ଟ୍ରଷ୍ଟ ବାସିନ୍ଦା l ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ନ କରିବା ଲାଗି ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ଓ ଏନଏସି ଇଓ ଅପର୍ଣ୍ଣା ଡlଙ୍ଗୁଆଙ୍କୁ ସୋମବାର ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ସାହିବାସୀ ଓ ଟ୍ରଷ୍ଟ l ପୂର୍ବରୁ ଏହି ସ୍ଥାନରେ ପରିଷଦ ତରଫରୁ କଲ୍ୟାଣୀ ମଣ୍ଡପ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଅସୁବିଧା ଯୋଗୁଁ ଜନସାଧାରଣ ନିର୍ମାଣ କାର୍ଯ୍ୟକୁ ପ୍ରତିବାଦ କରିବା ସହ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ l ମାନ୍ୟବର ହାଇକୋର୍ଟଙ୍କ ରହିତାଦେଶ (w.p(c)-18330/2019 ତା 27/09/2019 ରିଖ କ୍ରମେ ନିର୍ମାଣ କାର୍ଯ୍ୟ ରାମଲିଙ୍ଗେଶ୍ୱର ମନ୍ଦିର ନିକଟରୁ ପ୍ରତ୍ୟାହୃତ ହୋଇଥିଲା l ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି କିଭଳି ପୁନଃ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା କରାଯାଇଛି ବୋଲି ସାହି ବାସୀ ପ୍ରଶ୍ନ କରିଛନ୍ତି l ଏନଏସି ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ କଲ୍ୟାଣୀ ମଣ୍ଡପ ନିର୍ମାଣ ନିମନ୍ତେ ଯେଉଁ ସ୍ଥାନ ନିରୂପଣ କରାଯାଇଛି (ପ୍ଲଟ ନଂ 444/2448) ତାହା 1950 ମସିହା ଠାରୁ 73 ବର୍ଷରୁ ଉର୍ଦ୍ଧ ରାମଲିଙ୍ଗେଶ୍ୱର ଟ୍ରଷ୍ଟ ଦଖଲରେ ଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି l ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଯେଉଁ ଆନୁସଙ୍ଗିକ କାର୍ଯ୍ୟମାନ ତଥା ଭୋଜିଭାତ, ନାଚଗୀତ ଆସର, ବିଭାହ, ବ୍ରତ ପଟ୍ଟୁଆର, ଆମିଷ ବ୍ୟଞ୍ଜନ ରୋଷେଇ ଏବଂ ଶବ୍ଦ ପ୍ରଦୂଷଣ ଯାହା ଦ୍ୱାରା ମନ୍ଦିରର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବା ସହ ଭକ୍ତଙ୍କ ଧାର୍ମିକ ଭାବାବେଗ ଉପରେ ଆଘାତ ଲାଗିବ ବୋଲି ଦାବୀ ପତ୍ରରେ ଦର୍ଶା ଯାଇଛି l ଏଥିସହ ଏହି ସ୍ଥାନକୁ ଲାଗି ଅଙ୍ଗନବାଡି କେନ୍ଦ୍ର ରହିଛି ଏହାର କୁ- ପ୍ରଭାବ କୋମଳମତି ଶିଶୁଙ୍କ ଉପରେ ପଡିବ l ତତ ସଙ୍ଗେ ସଙ୍ଗେ ଉକ୍ତ ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ଆସିବା କରୁଛନ୍ତି ତେଣୁ ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ନିକଟରେ କଲ୍ୟାଣ ମଣ୍ଡପ ନିର୍ମାଣ ନ କରିବାକୁ ୱାର୍ଡ ବାସୀ ଦାବୀ କରିଛନ୍ତି l ଦାବୀ ପତ୍ର ଦେବା ବେଳେ ୱାର୍ଡ ନଂ 6 ଓଡ଼ିଆ ଢlମଣା ସାହିର କାଶୀନାଥ ମହାଙ୍କୁଡ, ନିରଞ୍ଜନ ପରିଡା,ପ୍ରଦୀପ ଦାସ, ଦାଶରଥି ଦୋରା, ପ୍ରଦୀପ ପଲାଇ, ଅଶୋକ ପରିଡା, ପ୍ରସନ ସାହୁ, ଦୀପକ ଦାସଙ୍କ ସମେତ 50 ରୁ ଉର୍ଦ୍ଧ ସାହି ବାସିନ୍ଦା ଉପସ୍ଥିତ ଥିଲେ l ହାଇକୋର୍ଟଙ୍କ ରହିତାଦେଶକୁ ଅବମାନନା କରି ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି ସାହି ବାସିନ୍ଦାଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିଛି l

You may have missed