ବେଆଇନ ବାଣ ବ୍ୟବସାୟୀ ଙ୍କୁ ଗିରଫ କଲା କୃଷ୍ଣାନନ୍ଦପୁର ପୋଲିସ

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଚୋରା ବାଣ ବ୍ୟବସାୟ କୁ ସରକାର ନିଶିଦ୍ଧ କରିଥିବା ବେଳେ,ଆଗାମୀ ଦୀପାବଳୀ ଉପଲକ୍ଷେ କେତେକ ଖୁଚୁରା ବ୍ୟବସାୟୀ ଗ୍ରାମାଞ୍ଚଳ ରେ ଚୋରାରେ ବାଣ ରଖି ବିକ୍ରୀ କରିବାର ପ୍ରୟାସ ବଳବତ୍ତର ରଖିଛନ୍ତି । ସେହିପରି ଜଣେ ଆଇନ ଅମାନ୍ୟକାରୀ ବାଣ ବ୍ୟବସାୟୀ ଙ୍କୁ କୃଷ୍ଣାନନ୍ଦପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା କ୍ରମରେ ଦେଖିବାକୁ ଗଲେ ସର୍ବତ୍ର ବେରୋଜଗାରୀ ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ଜୀଵନ ଜୀବିକା କୁ ନେଇ ପରିବାର ପ୍ରତିପୋଷଣ ପାଇଁ ବେଆଇନ ଭାବେ ବିଭିନ୍ନ ବ୍ୟବସାୟ କୁ ଆପଣେଇ ନେଇ ପୋଲିସ ହାତରେ ଧରାପଡି ଜେଲ ଦଣ୍ଡ ଭୋଗୁଛନ୍ତି । ଯେଉଁମାନେ ପୋଲିସ ଆଖିରେ ଧୂଳିଦେଇ ଖସି ଯାଉଛନ୍ତି ସେମାନଙ୍କ ପାଇଁ ବେଆଇନ ମଧ୍ୟ ଆଇନ ପାଲଟି ଯାଉଛି । ଏହିପରି ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ ମାମଲା । କେବେ ମଦ, ଗଂଜେଇ, ଅଫିମ, ବ୍ରାଉନ ସୁଗାର ର ଚୋରା କାରବାର ହେଉ ଅବା ନିଶିଦ୍ଧ ଘୋଷଣା କରାଯାଇଥିବା ବାଣ ବ୍ୟବସାୟ । ମାତ୍ର କୃଷ୍ଣାନନ୍ଦପୁର ପୋଲିସ ବେଆଇନ ବାଣ କାରବାର କୁ ରୋକିବାକୁ ଯାଇ ତିର୍ତ୍ତୋଲ ବ୍ଲକ ଅଧିନସ୍ତ କନିମୂଳ ପଞ୍ଚାୟତ ର କିଳିପାଳ ଗ୍ରାମର ବିଜୟ କୁମାର ସାହୁଙ୍କ ନିକଟରୁ ବାଣ ଜବତ କରିବା ସହିତ ତାଙ୍କୁ ଗିରଫ କରିଛି ।ଆଞ୍ଚଳିକ ଲୋକେ କୁହାକୁହି ହେଉଛନ୍ତି ଅଭାବକୁ ସ୍ଵଭାଵ ନଷ୍ଟ ନ୍ୟାୟରେ ବିଚରା ବିଜୟ ସାହୁ ଫସିଗଲା ।
