September 20, 2026

ବରମୁଣ୍ଡା ରେ ନୂଆଁଖାଇ ଭେଟଘାଟ – ୨୦୨୬

IMG-20260920-WA0000
Share

 

ବରପାଲି – ୧୯/୯(ସୁଦାମ ଦୀପ)ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ‘ ନୂଆଁଖାଇ ଭେଟଘାଟ କାର୍ଯ୍ୟ କ୍ରମ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି l ଗ୍ରାମର ଗୌନ୍ତିଆ ଚନ୍ଦ୍ରଗୁପ୍ତ ନାୟକ ଙ୍କ ସଭାପତିତ୍ୟ ରେ ଅଧକ୍ଷ ଜୟକୃଷ୍ଣ ଦଣ୍ଡସେନା ଏହାକୁ ଉଦ୍ଘାଟନ କରିଥିଲେ l ଉଦଯାପନୀ ଉତ୍ସବରେ ଡ.ବୃନ୍ଦାବନ ନାୟକ ଙ୍କ ସଭାପତିତ୍ୟରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ , ବିଜେପୁର ବିଧାୟକ ସନତ କୁମାର ଗଡତିଆ,ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ବୃକ୍ଷ ରୋପଣ,ହସ୍ତତନ୍ତ ଓ ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ କନଗାଁର ରାମଚନ୍ଦ୍ର ସାହୁଙ୍କୁ ‘ମିତ୍ ମଏତର’ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଶିକ୍ଷକ ଡୋଲାମନି ପଧାନ, ବିଭୂତିଭୂଷଣ ସାହୁ, ଓ ଆଶିଷ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l