March 11, 2026

ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ ଙ୍କ ଜଇପୁର-କ୍ରିଷ୍ଣାନ୍ଦପୁରର ନୂତନ ବ୍ରିଜ ପରିଦର୍ଶନ ..

IMG-20240920-WA0038
Share

 

 

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଇପୁର କ୍ରିଷ୍ଣାନନ୍ଦପୁର ବ୍ରିଜକୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ନେତା ଡକ୍ଟର ପ୍ରକାଶ ଦଳାଇଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକମାନଙ୍କ ସହ ଜଗତସିଂହପୁର ଜିଲ୍ଲାର ମାନ୍ୟବର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ ପରିଦର୍ଶନ କରିଛନ୍ତି ।

ସୂଚନା ମୁତାବକ ଯଦିଓ ଉକ୍ତ ବ୍ରିଜଟି ଦୀର୍ଘ ୬ମାସ ହେବ ଜନସାଧାରଣଙ୍କ ନିମନ୍ତେ ବ୍ୟବହାର କରାଯାଉଛି । କିନ୍ତୁ ବ୍ରିଜରେ ଆଲୋକୀ କରଣର ବ୍ୟବସ୍ଥା ନଥିବାରୁ ସୂର୍ଯ୍ୟାସ୍ତ ପରେ ଜନସାଧାରଣ ଉକ୍ତ ବ୍ରିଜରେ ଯାତାୟାତ ସମୟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଲୋକର ଅଭାବରେ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟି ଚାଲିଛି । ଅନ୍ଧାରର ଆଢ଼ୁଆଳରେ ଅନେକ ନିଶାଖୋର ତଥା ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟାଳୟ ପାଲିଟିଛି ଉକ୍ତ ବ୍ରିଜଟି । ସ୍ଥାନୀୟ ଜନସାଧାରଣ ତିର୍ତ୍ତୋଲ ମାଟିର ଯୁବ ନେତା ତଥା ସମାଜସେବୀ ଡକ୍ଟର ପ୍ରକାଶ ଦଳାଇଙ୍କ ସହ ଭେଟି ଏହି ସମସ୍ୟା ବିଷୟରେ ଅବଗତ କରାଇଥିଲେ ଏବଂ ଡକ୍ଟର ପ୍ରକାଶ ଦଳାଇ,ବିଜୟ ଦାଶ,ବିଜୟ କୁମାର ବିଶ୍ଵାଳ,ସଞ୍ଜୟ ଖୁଣ୍ଟିଆ,ଶୁଭ୍ରାକାନ୍ତ ରଣା,ମିର୍ଜା ସିଦିକ,ବନୋଜ ନାୟକ,ବସନ୍ତ ଦାସ,ବସନ୍ତ ଜେନା,ଲଳିତ ଦାସ,ଦେବାଶିଷ ଦଳାଇ,ବଳରାମ ଦଳାଇ, ସ୍ମୃତିରଂଜନ ନାୟକ ଏବଂ ଅଞ୍ଚଳର ବୁଦ୍ଧିଜୀବୀଙ୍କ ଉପସ୍ଥିତରେ ମାନ୍ୟବର ସାଂସଦ ଉକ୍ତସ୍ଥାନ ବୁଲି ନିଜ ସାଂସଦ ପାଣ୍ଠିରୁ ଆଲୋକିକରଣ କରିବା ଲାଗି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ତିର୍ତ୍ତୋଲର ଯୁବନେତା ସମାଜସେବୀ ଡକ୍ଟର ପ୍ରକାଶ ଦଳାଇଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି ।

 

:- ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….