March 12, 2026

ଭିନ୍ନକ୍ଷମ ମାନଙ୍କୁ ଆବଶ୍ୟକ ଉପକରଣ ବଣ୍ଟନ 

IMG-20240920-WA0027
Share

 

କାଶୀନଗର (ରାଧାନାଥ ଚୌଧୁରୀ )

ତା 20/9/24

 

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଶାରୀରିକ ଅକ୍ଷମ ମାନଙ୍କୁ ବିଭିନ୍ନ ପ୍ରକାର ଯନ୍ତ୍ରଂଶ ବଣ୍ଟା ଯାଇଥିଲା. ପୂର୍ବରୁ ଯେଉଁମାନେ ଭିନ୍ନକ୍ଷମ ପାଇଁ ସରକାରୀ ସ୍ତରରେ ରେଜିଷ୍ଟ୍ରସନ କରିଥିଲେ ସେମାନଙ୍କ ପାଇଁ ଆଜି ଏହି ବ୍ୟବସ୍ଥା କରାଯାଇଥିଲା. ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ , ଅନ୍ଧ ବାଡ଼ି ଓ ଶ୍ରବଣ ଯନ୍ତ୍ର ବାଣ୍ଟି ଥିଲେ. ଏହି କାର୍ଯ୍ୟକ୍ରମ ରେ ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ, ସମିତି ସଭ୍ୟ ବାବୁ ରାଓ, ସମାଜସେବୀ ହୃଷିକେଶ ଗୌଡ଼, ସାମ୍ବାଦିକ ରବୀନ୍ଦ୍ର ମଲ୍ଲିକ ଓ ଆନନ୍ଦ ପତ୍ର ଯୋଗ ଦେଇଥିଲେ. ପ୍ରାୟ 31 ଜଣ ଭିନ୍ନକ୍ଷମ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଭ ଉଠାଇ ଥିବା ସୂଚନା ସ୍ଥାନୀୟ ବିଡ଼ିଓ ଶ୍ରୀ ମଲ୍ଲିକ ଦେଇଛନ୍ତି.

You may have missed