September 21, 2024

ଶାସନ ପଞ୍ଚାୟତରେ ପୋଷଣ ମାସ ପାଳନ

Share

 

ବେଲଗୁଣ୍ଠା, 20/09, ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗାଙ୍ଗପୁର ଅଞ୍ଚଳ ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସିଡିପିଓ ନଳିନୀ ମହାରଣା , ଗାଙ୍ଗପୁର ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ୱାଇଁ,ଶାସନ ସମିତିସଭ୍ୟାଙ୍କ ପିନାକୀନି ବିଷୋୟୀ, ଧୂମୂଛାଇ ଅଞ୍ଚଳ ପରିଦର୍ଶିକା ବିଜୟଲକ୍ଷ୍ମୀ ଗୌଡ଼,ପୋଷଣ ବିସି ମାନସ ଦାସ,ଏଏନ୍ଏମ୍ ମମତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ସୁସ୍ଥ ବାଳକ ଏବଂ ସୁସ୍ଥ ବାଳିକାଙ୍କୁ ପୁରସ୍କୃତ କରିବା ସହିତ 7 ମାସର ଅନ୍ନ ପ୍ରାସନ୍ନ କରାଇ ଗିନା, ଚାମଚ ପ୍ରଦାନ କରାଯାଇଥିଲା I ଦୁଇଜଣ ଗର୍ଭବତୀ ମାଆଙ୍କର ଗୋଦଭରାଇ କରାଯାଇଥିଲା I କିଶୋର କିଶୋରୀଙ୍କୁ ନେଇ ବେଟି ବଚାଓ ଓ ବେଟି ପଢାଓ ରାଲୀ କରାଯାଇଥିଲା I କାର୍ଯ୍ୟକ୍ରମରେ ଗାଙ୍ଗପୁର ଅଞ୍ଚଳର ସମସ୍ତ ଅଙ୍ଗନୱାଡି କର୍ମୀ ସହଯୋଗ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ