September 21, 2024

ଉମରକୋଟ ଠାରେ ୬୮ତମ ରାଜ୍ୟସ୍ତରୀୟ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ…………

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍‌ଘାଟନୀ ସମାରୋହ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ବ୍ୟାଚ୍ ଓ ଉତ୍ତରୀୟ ପ୍ରଦାନ ରୁ ଆରମ୍ଭ ହେଇଥିଲା ଅତିଥିମାନଙ୍କ ଦ୍ଵାରା ଜଗନ୍ନାଥ ଙ୍କ ପାଖରେ ଶୁଭ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ପରେ ଜାତୀୟ ସଙ୍ଗୀତ ଗାନ କରି ଖେଳାଳୀ ମାନଙ୍କର ମାର୍ଚ୍ଚ ଫାଷ୍ଟ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଜିଲ୍ଲା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। କ୍ରୀଡ଼ା ପତକା ଉତ୍ତୋଳନ ପରେ କ୍ରୀଡା ସଞ୍ଚାଳକ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂ ଭତ୍ରା, ନବରଙ୍ଗପୁର ବିଧାୟକ ଗୈରୀଶଙ୍କର ମାଝୀ, ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାଁ, ଶାରୀରିକ ଶିକ୍ଷା ସହକାରୀ ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା , ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ପୌର ପରିଷଦର ଅଧ୍ୟକ୍ଷା ରାଧା ଭତ୍ରା, ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ନା ତ୍ରିପାଠୀ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଭାପତି ତଥା ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମ ଟି କୁ ନବରଙ୍ଗପୁର ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପରିଚାଳନା କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତା ରେ ୨୯ ଟି ଜିଲ୍ଲା ରୁ ସର୍ବମୋଟ ୫୨ ଟି ଦଳ ଅଂଶଗ୍ରହଣ କରିଥିଲେ । ସେମାନେ ଙ୍କ ମଧ୍ୟରୁ ୩୦ ଟି ଛାତ୍ର ଦଳ ଓ ୨୨ ଟି ଛାତ୍ରୀ ଦଳ ପ୍ରତିଯୋଗିତାରେ ଭାଗନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି ଓ ମନୋରଞ୍ଜନ ପ୍ରହରାଜ ମୁଖ୍ୟ ଅତିଥି ଙ୍କୁ ଖେଳାଳୀ ମାନଙ୍କ ଦ୍ଵାରା ମାର୍ଚ୍ଚ ଫାଷ୍ଟ କରି ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନରେଶ କୁମାର ପଟ୍ଟନାୟକ ଓ ଚନ୍ଦନା ମଲ୍ଲିକ ସ୍ଵାଗତ ଭାଷଣ ଓ ମଂଚ ପରିଚାଳନା କରିଥିଲେ ।

୬୮ତମ ରାଜ୍ୟସ୍ତରୀୟ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ

ଉମରକୋଟ – ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍‌ଘାଟନୀ ସମାରୋହ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ବ୍ୟାଚ୍ ଓ ଉତ୍ତରୀୟ ପ୍ରଦାନ ରୁ ଆରମ୍ଭ ହେଇଥିଲା ଅତିଥିମାନଙ୍କ ଦ୍ଵାରା ଜଗନ୍ନାଥ ଙ୍କ ପାଖରେ ଶୁଭ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ପରେ ଜାତୀୟ ସଙ୍ଗୀତ ଗାନ କରି ଖେଳାଳୀ ମାନଙ୍କର ମାର୍ଚ୍ଚ ଫାଷ୍ଟ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଜିଲ୍ଲା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। କ୍ରୀଡ଼ା ପତକା ଉତ୍ତୋଳନ ପରେ କ୍ରୀଡା ସଞ୍ଚାଳକ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂ ଭତ୍ରା, ନବରଙ୍ଗପୁର ବିଧାୟକ ଗୈରୀଶଙ୍କର ମାଝୀ, ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତି ରାମ ନାୟକ, ଶାରିରୀକ ଶିକ୍ଷା ସହକାରୀ ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା , ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ପୌର ପରିଷଦର ଅଧ୍ୟକ୍ଷା ରାଧା ଭତ୍ରା, ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ନା ତ୍ରିପାଠୀ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଭାପତି ତଥା ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମ ଟି କୁ ନବରଙ୍ଗପୁର ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପରିଚାଳନା କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତା ରେ ୨୯ ଟି ଜିଲ୍ଲା ରୁ ସର୍ବମୋଟ ୫୨ ଟି ଦଳ ଅଂଶଗ୍ରହଣ କରିଥିଲେ । ସେମାନେ ଙ୍କ ମଧ୍ୟରୁ ୩୦ ଟି ଛାତ୍ର ଦଳ ଓ ୨୨ ଟି ଛାତ୍ରୀ ଦଳ ପ୍ରତିଯୋଗିତାରେ ଭାଗନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି ଓ ମନୋରଞ୍ଜନ ପ୍ରହରାଜ ମୁଖ୍ୟ ଅତିଥି ଙ୍କୁ ଖେଳାଳୀ ମାନଙ୍କ ଦ୍ଵାରା ମାର୍ଚ୍ଚ ଫାଷ୍ଟ କରି ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନରେଶ କୁମାର ପଟ୍ଟନାୟକ ଓ ଚନ୍ଦନା ମଲ୍ଲିକ ସ୍ଵାଗତ ଭାଷଣ ଓ ମଂଚ ପରିଚାଳନା କରିଥିଲେ ।