March 10, 2026

ଝଙ୍କଡ଼ର ଅଧିଷ୍ଠାତ୍ରୀ ମା ଶାରଳା ଙ୍କ ମନ୍ଦିରରେ ଖୋଲିବ ଉତ୍ତର ଦ୍ଵାର….

IMG-20240920-WA0000
Share

ତିର୍ତୋଲ :-

ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ମନ୍ଦିର ବେଢ଼ାରେ ଆବହମାନ କାଳରୁ ପୂର୍ବରେ ସିଂହଦ୍ୱାର, ଦକ୍ଷିଣରେ ଅଶ୍ଵଦ୍ଵାର ଓ ପଶ୍ଚିମ ପାର୍ଶ୍ବରେ ବ୍ୟାଘ୍ର ଦ୍ଵାର, ମୋଟ ତିନିଟି ଦ୍ଵାର ଥିଲା । ମାତ୍ର କିଛିବର୍ଷ ପୁର୍ବରୁ, ଗହଣ ଦଳ ତରଫରୁ ଉତ୍ତର ଦ୍ୱାର ଖୋଲିବା ପାଇଁ, ଏବଂ ଏହା ହସ୍ତୀ ଦ୍ଵାର ହେବ ବୋଲି, ପ୍ରକ୍ରିୟା ଆରମ୍ଭ ହୋଇଥଲା । ମାତ୍ର ଏହାକୁ ନେଇ, ମାଆଙ୍କ ପଣ୍ଡା ସେବକ ମାନଙ୍କ ମଧ୍ୟରେ, ଦୀର୍ଘ ବର୍ଷ ଧରି ବାଦ ବିବାଦ ଲାଗିରହିଥିଲା । ଶେଷରେ ଉଭୟ ପକ୍ଷର ପ୍ରତିନିଧି ମାନେ ପୁରୀ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଯାଇ ମୁକ୍ତି ମଣ୍ଡପର ପଣ୍ଡିତ ମାନଙ୍କ ନିକଟରେ ଦରଖାସ୍ତ ଦେବା ସହିତ ବିଚାର ବିମର୍ଷ କରିଥଲେ ମଧ୍ୟ ସମସ୍ୟାର ସମାଧାନ ର ସୂତ୍ର ବାହାରି ପାରିନଥିଲା । ଯାହା ଫଳରେ ଗହଣ ଦଳ ତରଫରୁ ନିର୍ମିତ ହୋଇଥିବା ଦୁଇଟି ପ୍ରସ୍ତର ନିର୍ମିତ ହସ୍ତୀ ମୂର୍ତ୍ତି, ଅନାବଶ୍ୟକ ଭାବେ ସିଂହଦ୍ବାର ନିକଟରେ ପଡ଼ିରହିଥିଲା। ତେବେ ସମ୍ପ୍ରତି ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ, ଯାତ୍ରୀ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ, ଉତ୍ତରଦ୍ଵାର ଖୋଲାଯିବାର ଆବଶ୍ୟକତା ଥିବାରୁ, ଏହି ଦ୍ଵାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ପ୍ରଶ୍ନ ଉଠୁଛି, ଏହି ଉତ୍ତର ଦ୍ଵାର ସମ୍ମୁଖରେ ଜିଲ୍ଲା ସଦର ମହକୁମା କୁ ଯେଉଁ ରାସ୍ତା ଯାଇଛି, ଯଦି ଉତ୍ତର ଦ୍ଵାର ଖୋଲାଯାଏ , ତେବେ ବିଭିନ୍ନ ସମୟ ରେ ଦୁର୍ଘଟଣା ଆଦି ଘଟିବାର ସମ୍ଭାବନା ରହିଛି । ତେଣୁ ଏହି ଉତ୍ତର ଦ୍ଵାର ସମ୍ମୁଖରେ ଥିବା କିଛି ସ୍ଥାନର ଜମି କୁ ଅଧିଗ୍ରହଣ କରିବାର ଆବଶ୍ୟକତା ରହିଛି । ଯଦି ପ୍ରଶାସନ ତରଫରୁ ଏହି ଜମି ଅଧିଗ୍ରହଣ କରାନଯାଏ ତେବେ ଭବିଷ୍ୟତରେ ଯାନବାହାନ ଚଳାଚଳ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତେଣୁ ପ୍ରଶାସନ ତରଫରୁ ଏହି ଜମି ଅଧିଗ୍ରହଣ କରିବା ନିମନ୍ତେ ଆଶୁ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦାବୀ କରିଛନ୍ତି । ଏହାସହିତ, ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ବିନିମୟରେ ଚାଲିଥିବା ରୂପାନ୍ତିକରଣ କାର୍ଯ୍ୟର ମୂଳ ନକ୍ସା ରେ ପୀଠର ଚତ୍ରୁଃ ପାର୍ଶ୍ବରେ ଯେଉଁ ଜମି ସବୁ ଅଧିଗ୍ରହଣ କରିବା ନିମନ୍ତେ, ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ପ୍ରଶାସନର ସୋଲଟ୍ରଷ୍ଟ,
ଜମି ମାଲିକ ମାନଙ୍କୁ ଡକାଇ ଏଥି ନିମନ୍ତେ କ୍ଷତି ପୂରଣ ପାଇଁ କେତେଟଙ୍କା ଦେବାକୁ ପଡ଼ିବ ବୋଲି ଆଲୋଚନା କରିଥଲେ । ତେବେ ସେ ଆଲୋଚନା କେବଳ ଆଲୋଚନାରେ ହିଁ ରହିଗଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ଏହି ଜମି ଅଧିଗ୍ରହଣ କାର୍ଯ୍ୟକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦୃଢ଼ଦାବୀ ହେଉଛି । (ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)