September 29, 2024

ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତା ମଝିରେ ଚକଟାଏ ଖାଲ , ପ୍ରତିକାର ଦାବି 

Share

ବୁଗୁଡ଼ା : ତା ୨୦/୦୯/୨୩ : ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତାର ମଝିରେ ଚକଟାଏ ଖାଲ ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର କୌଣସି ପ୍ରତିକାର ବ୍ଯବସ୍ଥା ହୋଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ଜଣାଯାଇଛି । ପ୍ରକାଶ ଯେ , ବୁଗୁଡ଼ାରୁ ପୋଲସରା ଅଭିମୁଖେ ଲମ୍ବିଥିବା ମୁଖ୍ୟ ରାସ୍ତାର ଚଢିୟାପଲ୍ଲୀ ଛକ ନିକଟରେ ଖାଲଖମା ଯୋଗୁଁ ଯାନବାହାନ ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସାମାନ୍ୟ ଅସାବଧାନତାରୁ ଦୁର୍ଘଟଣାମାନ ଘଟୁଛି । ଏଥି ପ୍ରତି ପୂର୍ତ୍ତ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବର୍ଷା ଦିନେ ସେହି ଖାଲଖମାରେ ପାଣି ଜମି ରହୁଥିବାରୁ ଖାଲର ଗଭୀରତା ଜାଣି ନ ପାରି ଦୁଇ ଚକିଆ ଏବଂ ଅଟୋ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଯାନବାହାନ ଚଳାଚଳ ବେଳେ ଗୋଳିଆ ପାଣିର ଛିଟିକା ଅନ୍ଯ ଉପରେ ପଡିଯିବାରୁ ଅନେକ ସମୟରେ ଲୋକଙ୍କ ମଧ୍ୟରେ ବଚସା ହେଉଛି । ଚଢିଆପଲ୍ଲୀ ଗାଁ ଛକ ନିକଟସ୍ଥ ସେହି ସ୍ଥାନରେ ଏଭଳି ଅସ୍ବଭାବିକ ଘଟଣାମାନ ବାରମ୍ବାର ଘଟୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ପ୍ରତିକାର ବ୍ଯବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।