September 29, 2024

ରାୟଗଡ ବିପିଏମଙ୍କୁ ପ୍ରଶ୍ନ କଲେ ବ୍ଲକ୍ ଉପାଧ୍ୟକ୍ଷଙ୍କୁ ଦରଦ: ସାମ୍ବାଦିକ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ, ଉପାଧ୍ୟକ୍ଷ ଏବଂ ବିପିଏମଙ୍କ ନାମରେ ଥାନାରେ ରୁଜୁ ହେଲା ମକଦ୍ଦମା 

Share

ରାୟଗଡ ବିପିଏମଙ୍କୁ ପ୍ରଶ୍ନ କଲେ ବ୍ଲକ୍ ଉପାଧ୍ୟକ୍ଷଙ୍କୁ ଦରଦ: ସାମ୍ବାଦିକ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ, ଉପାଧ୍ୟକ୍ଷ ଏବଂ ବିପିଏମଙ୍କ ନାମରେ ଥାନାରେ ରୁଜୁ ହେଲା ମକଦ୍ଦମା 

 

ପାରଳାଖେମୁଣ୍ଡି:୨୦/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା ଭାବେ ସାରା ଓଡିଶାରେ ପରିଚିତ । ଏହି ଜିଲ୍ଲାରେ ଆଦିବାସି ସମ୍ପ୍ରଦାୟଙ୍କ ସଂଖ୍ୟା ବହୁ ମାତ୍ରାରେ ରହିଥିବା ବେଳେ ରାଜ୍ୟ ସରକାର ସମସ୍ତ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବିଭିନ୍ନ ବିଭାଗ ରହିଛି । ସରକାର ବିଶେଷ ଭାବେ ନାରି ମାନେ କିପରି ଆତ୍ମନିର୍ଭର ଶୀଳ ହୋଇପାରିବେ ସେଥିପାଇଁ ଓଡିଶା ଜୀବିକା ମିଶନ ବିଭାଗ ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି । ସରକାରଙ୍କ ଏହି ଯୋଜନାକୁ ଭଣ୍ଡୁର କରି ଆସୁଥିବା ଅର୍ଥକୁ ବାଟମାରଣା କରି ଉକ୍ତ ବିଭାଗର ଅଧିକାରି ମାନେ ମାଲେମାଲ ହେବାରେ ଲାଗିଛନ୍ତି । ବାଟମାରଣ ଟଙ୍କା ବଳରେ ସେମାନେ ନେତା ଏବଂ ଉପରିସ୍ତ ଅଧିକାରୀଙ୍କୁ ନିଜ ଅଧିନରେ ରଖି ସାମ୍ବାଦିକ ଏବଂ ସାଧାରଣ ଜନତାଙ୍କୁ ନାଲି ଆଖି ଦେଖାଇବା ସହ ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ ଦେବାକୁ ପଛାଉ ନାହାଁନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର ଓଏଲଏମ ବିପିଏମ୍ ଲତିକା ଦେବୀଙ୍କ ପାଖରେ।

ଘଟଣାରୁ ପ୍ରକାଶ ଯେ ଗତ କିଛି ଦିନ ତଳେ ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାରସିଙ୍ଗି ପଞ୍ଚାୟତ ସହ ଅନ୍ୟ କିଛି ପଞ୍ଚାୟତରେ ମହିଳା ଗ୍ରୁପ ମାନଙ୍କ ନିମନ୍ତେ ଛେଳି କିଣି ଦେବା ପରିବର୍ତ୍ତେ ସେମାନେ ପାଳନ କରୁଥିବା ମା ମାନଙ୍କ ନିଜ ଛେଳି ବୋଦା ଗୁଡ଼ିକୁ ଟ୍ୟାଗ ଲଗାଇ ଦେଇ ଛେଳି ବୋଦା ବାବଦରେ ଯାହା ଅର୍ଥ ଦେବାକଥା ସମ୍ପୁଣ୍ଣ ଟଙ୍କା ପ୍ରଦାନ କରାଯାଇନଥିବା ଏବଂ କାହାକୁ ଏକ ହଜାର ତ ଆଉ କାହାକୁ ଆଠ ସହ ଟଙ୍କା ଦିଆଯାଇ ଓଡିଶା ଜୀବିକା ମିସନ ବିଭାଗ ରାୟଗଡ ପକ୍ଷରୁ ଆତ୍ମସାତ କରି ଦୁର୍ନୀତି ହୋଇ ଥିବା ଘଟଣା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନଜରକୁ ଆସିଥିଲା ଏବଂ ତାହାର ସତ୍ୟତା କଣ ଜାଣିବା ପାଇଁ କିଛି ଗଣ ମାଧ୍ୟମର ପ୍ରତିନିଧି ମାନେ ଘଟଣା ସ୍ଥଳକୁ ଯାଇ ଉକ୍ତ ସ୍ଥିତି ପରଖିଲା ପରେ ରାୟଗଡ ବ୍ଳକ୍ ଓ ଏଲ ଏମ ଅଧିକାରୀଣି ଲତିକା ଦେବୀଙ୍କ ଠାରୁ ମତାମତ ଜାଣିବା ପାଇଁ ବ୍ଳକ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେ କୌଣସି ମତାମତ ଦେବାକୁ ହେଲେ ସାମ୍ୱାଦିକ ମାନେ ବିପିଏମଙ୍କ ଉପରିସ୍ଥ ଅଧିକାରୀଙ୍କ ପାଖରୁ ସୁପାରିଶ ଆଣିଛ କି ବୋଲି ପ୍ରଶ୍ନ କରି

ସୁଚନା ପ୍ରଦାନ କରିବା ପାଇଁ ରୋକଠୋକ ମନା କରିଦେବା ପରେ ସାମ୍ବାଦିକ ମାନେ ବିଡିଓ ସୁଧିର ରଞ୍ଜନ ସିଂଙ୍କ ପାଖରୁ ମତାମତ ନେଇ ଫେରି

ଆସିଥିଲେ । ପରବର୍ତ୍ତି ସମୟରେ ରାୟଗଡ ବ୍ଳକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ସାମ୍ବାଦିକ ଜିତେନ୍ଦ୍ର ପାତ୍ରଙ୍କୁ ଫୋନ ମାଧ୍ୟମରେ ଧମକ ଦେଇଥିଲେ । ଧମକରେ ସୀମା ମଧ୍ୟରେ ରହିବାକୁ ଚେଷ୍ଟାକର ତୋ ପିଠିରେ କେହି ପଡିବେନି, ଝିଅ ମାନଙ୍କୁ ଘରେ ପସେଇ ମାଡ ମାରେଇଦେବି, ବ୍ଲକ ଭିତରେ ପୁରେଇ ଦେବିନି ଏବଂ ଅନ୍ୟ ଏକ ସମୟରେ ସାମ୍ବାଦିକ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏହାପରେ ଉକ୍ତ ଦୁର୍ନୀତି ଘଟଣା ର ଖବର ବିଭିନ୍ନ ମିଡ଼ିଆରେ ପ୍ରକାଶିତ ହୋଇଥିଲା।ପର ମୁହୁର୍ତ୍ତରେ ଉପାଦ୍ଧକ୍ଷ ଓ ବିପିଏମ ଉଭୟେ ଷଡଯନ୍ତ୍ର କରି ଶ୍ରୀ ପାତ୍ର ଙ୍କ ଘର ନିକଟକୁ ଓଏଲଏମ୍ ବିଭାଗର ଏମବିକେ ମହିଳା ମାନଙ୍କୁ ପ୍ରବର୍ତ୍ତାଇ ପଠାଇ ଥିବା ବେଳେ ପ୍ରାୟ ଦଶ ରୁ ଉର୍ଦ୍ଧ ଏମ ବି କେ ମହିଳା ମାନେ ଆସି ଜିତେନ୍ଦ୍ରଙ୍କ ଘର କବାଟ ବନ୍ଦ ଥିବା ସତ୍ତ୍ବେ ବହୁ ଜୋରରେ କବାଟ ବାଡ଼େଇ ତାଙ୍କ ପତ୍ନିଙ୍କୁ ଧମକ ଦେବା ସହ ଅପଶବ୍ଦରେ ଗାଳିଗୁଲଜ କରିବା ସହ କବାଟ ଖୋଲ ନ ହେଲେ କବାଟ ଭାଙ୍ଗି ଘର ଭିତରେ ଆମେ ପଶିବୁ ବୋଲି ଧମକ ଦେଇ ଥିଲେ। ଏହାସହ ଭବିଶ୍ୟତରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ଏବଂ ନିଜ ଜୀବନକୁ ବଞ୍ଚାଇବାକୁ ହେଲେ ବିପିଏମ ମେଡମ ଏବଂ ଜ୍ୟୋତି ବାବୁଙ୍କୁ କ୍ଷମା ମାଗ ବୋଲି ଚେତାବନି ଦେଇ ମହିଳା ମାନେ ଧମକ ଦେଇଥିବା ବେଳେ ଯାଦ୍ୱାରା ଜିତେନ୍ଦ୍ରଙ୍କ ପରିବାର ଭୟବିତ ହୋଇ ପୁଲିସ କୁ ଜଣାଇଥିଲେ। ସେତେବେଳକୁ ସେମାନେ ପଳେଇ ଯାଇ ଥିଲେ। ଶ୍ରୀ। ପାତ୍ର ଙ୍କ ପାରିବାର ଭୟଭିତ ଅବସ୍ଥାରେ ଅଛନ୍ତି କାରଣ କେତେବେଳେ ମିଛ କେଶରେ ତାଙ୍କ ସ୍ୱାମିଙ୍କୁ ଫସାଇ ଦିଆନଯାଉ ଏବଂ ତାଙ୍କୁ ଜୀବନରେ ମାରିଦିଆଯିବ ବୋଲି ଯେଉଁ ଧମକ ମିଳିଛି ଭବିଶ୍ୟତରେ ଯଦି ଏପରି କିଛି ହୁଏ ତେବେ ଏହାପାଇଁ ବିପିଏମ ଲତିକା ଦେବୀ ଏବଂ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଦାଇ ରହିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ରାୟଗଡ ଥାନାରେ ରାୟଗଡ ବ୍ଲକ ଓଡିଶା ଜୀବିକା ମିସନର ବିପିଏମ ଲତିକା ଦେବୀ ଓ ବ୍ଲକ ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣିଙ୍କ ବିରୁଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ଜିତେନ୍ଦ୍ର ପାତ୍ର । ଯାହାକୁ ନେଇ ପୋଲିସ ଉଭୟଙ୍କ ନାରେ କେଶ ନଂ ୮୩/୨୦୨୩ ରେ ଦଫା ୨୯୪,୫୦୬,୫୦୭,୩୪ ଆଇପିସି ଅନୁଯାଇ କେଶ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣା ପଜିଛି । ଚର୍ଚ୍ଚାର ବିସୟ ଏହିକି ଯେ ମହିଳା ମାନେ ଆତ୍ମନିର୍ଭରଶିଳ ହେବା ପାଇଁ ସରକାର ଯେଉଁ ଯୋଜନା କରିଛନ୍ତ ଏବଂ ସରକାରି ଅଧିକାରୀଙ୍କ ସ୍ତରରେ ଯଦି ଅବହେଳା ଦେଖାଯାଉଛି ତାହା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ସାଧରଣ ଲୋକଙ୍କ ନିକଟକୁ ଯୋଜନା ପହଁଚି ପାରିବ କିନ୍ତୁ ରାୟଗଡ ବ୍ଲକରେ ଯେଉଁ ପ୍ରକାରେ ମହିଳା ଗୃପ ମାନଙ୍କୁ ଛେଳି କିଣିଦେବା ବଦଳରେ ସେମାନଙ୍କ ନିଜ ଛେଳିକୁ ଟ୍ୟାଗ ଲଗେଇଦେଇଥିବା ଅଭିଯୋଗ କରିଥିଲେ ଗ୍ରାମବାସି ଯଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ସ୍ୱଷ୍ଠ ଜଣାପଡିଛି। କିନ୍ତୁ ସାଧାରଣ ଜନତାଙ୍କ ସ୍ୱର ହେଉଛନ୍ତି ନିର୍ବାଚିତ ପ୍ରତିନିଧି କିନ୍ତୁ ସାଧାରଣ ଜନତାଙ୍କ ସ୍ୱର ପାଲଟିବା ତ ଦୁରର କଥା ନିଜ ସ୍ୱାର୍ଥ ପାଇଁ ବିପିଏମଙ୍କ ଚାମଚାଗିରି କରୁଥିବା ଦେଖିବାକୁ ମିଳୁଥିବା ବେଳେ ବିପିଏମଙ୍କ ମାଧ୍ୟମରେ ଯେଉଁ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେଉଛି ତାହା ଭାଗିଦାରି କୁଆଡେ ରାୟଗଡ ବ୍ଲକ ଉପାଧ୍ୟକ ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଭାଗିଦାରୀ ନଥିଲେ କାହିଁକି ଜନସାଧାରଣଙ୍କ ସ୍ୱାର୍ଥରେ ନ ଯାଇ ବିପିଏମଙ୍କ ଚାମଚାଗିରି କରୁଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଦୁର୍ନୀତି ସବୁ କାହା ଇଙ୍ଗିତରେ ହୋଇଛି ? ଏଥିରେ କିଏ କିଏ ଭାଗିଦାର ଅଛନ୍ତି ? ଏହାର ଚେର କେତେ ଦୁର ? ଏ ସମସ୍ତ ଘଟଣାର ଏକ ନିରପେକ୍ଷ ତଦନ୍ତ ହେବା ସହ ଓଡିଶା ଭିଜିଲାନ୍ସ ଏହାର ତଦନ୍ତ କରିବା ପାଇଁ ବିଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।