September 29, 2024
Share

*ଖବର ଆଜିର*
ତାରିଖ ୨୦/୦୯/୨୦୨୩ ବୁଧବାର ।

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ‘ନୂଆଁଖାଇ’। ଏହି ପର୍ବ ପାଇଁ ଗାଁରୁ ସହର ଯାଏଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି।

କାନାଡା ଗାୟକ ଶୁଭନୀତ ସିଂହ ଶୁଭଙ୍କ ଇଣ୍ଡିଆ ଟୁର ପ୍ରାୟୋଜକ ଇଲେକ୍ଟ୍ରନିକ କମ୍ପାନୀ ‘ବୋଟ’ ରାଜିନାମା ବାତିଲ କରିଛନ୍ତି। ଭାରତୀୟ ଇଲେକ୍ଟ୍ରୋନିକ ବ୍ରାଣ୍ଡର ଏହି ନିଷ୍ପତ୍ତି ଭାରତ ଓ କାନାଡ ମଧ୍ୟରେ ଦେଖା ଦେଇଥିବା କୁଟନୈତିକ ଉତ୍ତେଜନା ପରେ ପରେ ଆସିଛି।

ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କର WhatsApp Channel: ଆପଣ ମଧ୍ୟ ଏଥିରେ ଯୋଡ଼ି ହୋଇ ପାରିବେ।

ରାଜନୈତିକ ଅଭିସନ୍ଧି ରଖି ‘ସମ୍ବାଦ’ ଉପରେ ପ୍ରାୟୋଜିତ ରେଡ୍ କରାଯାଇଛି: ବିଜେପି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।

ଏକ୍ସ ଖୁବ୍ ଶୀଘ୍ର ଉପଭୋକ୍ତାଙ୍କଠାରୁ ‘ମାସିକ ଦେୟ’ ଆଦାୟ କରିବ : ଏଲନ୍‌ ମସ୍କ ।

‘ମେଡ୍‌ ଇନ୍‌ ଇଣ୍ଡିଆ’ ପରିବର୍ତ୍ତେ ଫିଲ୍ମର ନାମ ‘ମେଡ୍‌ ଇନ୍‌ ଭାରତ’ କରିବାକୁ ରାଜମୌଲୀଙ୍କୁ ପରାମର୍ଶ ଦେଲେ ପ୍ରଶଂସକ ।

ଚିନ୍ତା ବଢାଉଛି ସ୍କ୍ରବ୍ – ଟାଇଫସ୍ । ଦିନକରେରେ ସୁନ୍ଦରଗରେ ୧୦ ଜଣ ପଜିଟିଭ ଚିହ୍ନଟ, ଏପର୍ଯ୍ୟନ୍ତ ସଂକ୍ରମିତ ହେଲେଣି ୧୯୩ ଜଣ ବ୍ୟକ୍ତି ।

ଲୋକପ୍ରିୟ ତାମିଲ୍‌ ସଙ୍ଗୀତ ନିର୍ଦ୍ଦେଶକ-ଅଭିନେତା ବିଜୟ ଆଣ୍ଟୋନୀଙ୍କ ଝିଅଙ୍କ ଆତ୍ମହତ୍ୟା ।

ପାରାଦ୍ବୀପ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା.. ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି.. ଡଙ୍ଗାରେ ୭/୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ।

ଲୋକସଭାରେ ଉପସ୍ଥାପନ ହେଲା ମହିଳା ସଂରକ୍ଷଣ ବିଲ୍‌.. ନୂଆ ସଂସଦର ପ୍ରଥମ ଅଧିବେଶନରେ ବିଲ୍‌ ଉପସ୍ଥାପନ। ବିଲ୍‌କୁ ସର୍ବସମ୍ମତି କ୍ରମେ ପାରିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ ।

ଆତଙ୍କବାଦୀ ହତ୍ୟାଘଟଣାରେ କନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ।କଡା ଜବାବ ଦେଲା ଭାରତ.. କାନାଡାର କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ।

ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ, ପୁରୁଣା ସଂସଦ ଭବନ ହେବ ‘ସମ୍ବିଧାନ ସଦନ’ ।

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଗଲା ସୁଦୃଢ଼; ନୂତନ ପଦବି ସୃଷ୍ଟି ସହ ପୁଲିସ କର୍ମଚାରୀ ସଂଖ୍ୟା ୯୧କୁ ବୃଦ୍ଧି ।

ଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ ମାମଲା ବୃଦ୍ଧି ।

କାନାଡ଼ା ଭାରତ ମୁହାଁମୁହିଁ: ମୋଦୀ ସରକାରଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା, କହିଲେ- ଦେଶ ହିତ ସର୍ବୋପରି ।

ସୁପ୍ରଭାତ ,ଶୁଭ ସକାଳ ।