September 29, 2024

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

Share

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର
ବୁଗୁଡ଼ା : ତା ୧୯/୦୯/୨୩ : ବୁଗୁଡ଼ା ବ୍ଲକର କରଚୁଲି ଗାଁ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଗୁରୁତର ଜଣେ ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛ । ଗୁରୁତର ଯୁବକ ଜଣକ ଖୋଳଖାଳି ଗ୍ରାମର ମଙ୍ଗୁଳୁ ବେହରା (୩୯) । ପ୍ରକାଶ ଯେ , ଆଜି ସନ୍ଧ୍ୟାରେ ମଙ୍ଗୁଳୁ ବାଇକରେ ଜେଏକ ଗ୍ରାମକୁ ଯାଉଥିବା ବେଳେ ବାଘୁଆ-କରଚୁଲି ରାସ୍ତାରେ ଥିବା ପାଣିକିଆ ଶଙ୍ଖ ଅତିକ୍ରମ କରିବା ପରେ ଭାରସାମ୍ଯ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଏ ନେଇ ଦମକଳବାହିନୀକୁ ଖବର ଦେବା ସହ ତାଙ୍କୁ ସେଠାରୁ ଉଦ୍ଧାର କରି କରଚୁଲି ମେଡିକାଲକୁ ନେଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଦମକଳବାହିନୀ କରଚୁଲି ମେଡିକାଲରେ ପହଞ୍ଚି ମଙ୍ଗୁଳୁଙ୍କୁ ସେଠାରୁ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।