ଉଦଯାପିତ ହେଲା ନାଚ ବାଲିୟେ ଡ୍ୟାନ୍ସ ଏକାଡେମୀ ଟାଲେଣ୍ଟ ଫିଷ୍ଟ ୨୦୨୫ l

IMG-20250820-WA0023
Share

 

ତିନିଦିନ ଧରି ପୁରୀ ସଂସ୍କୃତି ଭବନ ପରିସରରେ ଚାଲିଥିବା ନାଚ ବଲିୟେ ଡ୍ୟାନ୍ସ ଏକାଡେମୀ ଟ୍ୟାଲେଣ୍ଟ ଫିଷ୍ଟ ୨୦୨୫ ଉଦଯାପନୀ ଉତ୍ସବ ଗତକାଲି ସନ୍ଧ୍ୟା ରେ ଟାଉନହଲ ପରିସରରେ ମହାଡ଼ମ୍ବରରେ ସମାପନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧକ୍ଷ ଅରୁଣ ମିଶ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ପୁରୀସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ କୈଳାଶ ପରିଡାଙ୍କ ସହିତ ପୁରୀ ସହରର ସୋନାମାଧନ୍ୟ ବ୍ୟକ୍ତିତ୍ୱମାନେ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏଥିରେ ଓଡ଼ିଶାର ବିଭିନ୍ନ Watching ପ୍ରାୟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା କଳାକାର, ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ଟ୍ୟାଲେଣ୍ଟ ଫିଷ୍ଟ ୨୦୨୫ ରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ସମସ୍ତ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅଧକ୍ଷ ଅରୁଣ ମିଶ୍ର, ସମ୍ପାଦକ ସୂର୍ଯ୍ୟ ଦାସ ଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମିଶି ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l