March 12, 2026
ajiro khabar
Share

 

 

୧-ନିଟ୍-ପିଜି-୨୦୨୫ ଫଳ ପ୍ରକାଶିତ, ଓ୍ବେବସାଇଟ୍ ରୁ ପରୀକ୍ଷାର୍ଥୀମାନେ ନିଜର ମାର୍କ ସହ ରାଙ୍କ୍ ଦେଖି ପାରିବେ।

 

୨-ଭୁବନେଶ୍ୱର:ବିଜେବିରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ପୋଷାକ ଖୋଲି ନାଚିବାକୁ ବାଧ୍ୟ କଲେ।

 

୩-ଭୁବନେଶ୍ୱର:ଯୁକ୍ତ ଦୁଇରେ ଦୁଇଲକ୍ଷ ଆସନ ଫାଙ୍କା, ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ୨୫ରୁ ଆବେଦନ ଆରମ୍ଭ।

 

୪-ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଓଡ଼ିଶା ସରକାର ନେଲେ ନିଷ୍ପତ୍ତି।

 

୫-କଟକ:ଅମଲା ସଂଘର ଆନ୍ଦୋଳନ ଜାରି,୯ ଦିନ ହେଲା ଲୋକେ ନାକେଦମ୍।

 

୬-ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା, ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ।

 

୭-ଆଜି ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

 

୮-ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ।

 

୯-କଟକରେ ଗଣେଶ ପୂଜା ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କମିଶନରେଟ ପୋଲିସ; ଅଶୀଳ ନୃତ୍ୟୁକୁ ନାହିଁ ଅନୁମତି, ରାତି ୧୦ଟା ଭିତରେ ସରିବ ଭଷାଣୀ।

 

୧୦-ସୁବର୍ଣ୍ଣପୁର:ମହାନଦୀରେ କୁମ୍ଭୀର ଭୟ, ପିତାମହୁଲ ପଞ୍ଚାୟତର ଦୁରଦୁରା ଲୋକଙ୍କୁ ସଚେତନ କଲା ବନ ବିଭାଗ।

 

୧୧-ବିଗୁଡୁଛି ପରିବେଶ ସନ୍ତୁଳନ, ଚନ୍ଦ୍ରଭାଗାରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍।

 

୧୨-ବ୍ରହ୍ମପୁର ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ, ପରକୀୟା ପ୍ରୀତିରୁ ମାଆ ଓ ଝିଅଙ୍କୁ ଖଣ୍ଡାରେ ହାଣିଥିଲା ଅଭିଯୁକ୍ତ।

 

୧୩-କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା; ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ମୃତ୍ୟୁ ଖୁଲାସା,ଏସପି କହିଛନ୍ତି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

 

୧୪-ଓଡ଼ିଶାରେ SIRକୁ ନେଇ ତେଜିଲା ବୟାନବାଜି, ଜୋରଦାର ପ୍ରତିରୋଧ କରିବ କହିଲା କଂଗ୍ରେସ।

 

୧୫-ଆଳି: କେନ୍ଦ୍ରାପଡା ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ଘୋଷଣା ।

 

୧୬-ନୂଆଦିଲ୍ଲୀ:ବିମାନ ଭଳି ଟ୍ରେନରେ ମଧ୍ୟ ନେଇ ପାରିବେ ନାହିଁ ଅଧିକ ଜିନିଷ, ଗଣିବେ ତଣ୍ଡ।

 

୧୭-ରାଜସ୍ଥାନ:ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ରାଜସ୍ଥାନର ୨୨ ବର୍ଷିୟା ସୁନ୍ଦରୀ ମନିକା ବିଶ୍ବକର୍ମା।

 

୧୮-ନୂଆ ଦିଲ୍ଲୀ:GST ସଂସ୍କାର,ଶସ୍ତା ହେବ କାର,ଏସି ଓ ଟେଲିଭିଜନ।

 

୧୯-ଏନଡିଏ ସର୍ବଦଳୀୟ ବୈଠକ,ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଧାକୃଷ୍ଣନଙ୍କୁ ସମର୍ଥନ ପାଇଁ ବିରୋଧୀଙ୍କୁ ଆହ୍ବାନ।

 

୨୦-ଆଉ ଖେଳିପାରିବେନି ଟଙ୍କା ଲଗାଇ ଅନଲାଇନ ଜୁଆ; ବିଜ୍ଞାପନ ଉପରେ ଲାଗିବ ରୋକ୍।

 

୨୧-ଭାରତୀୟ ମହାକାଶ ଗବେଷଣା ସଂସ୍ଥାର କମାଲ : ନିର୍ମାଣ କରୁଛି ୪୦ ମହଲା ଉଚ୍ଚତା ଭଳି ରକେଟ୍‌।

 

୨୨-ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ,ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵରେ ଭାରତ ମ୍ୟାଚ୍ ଖେଳିବ।

 

🙏 *ସୁପ୍ରଭାତ* 🙏

You may have missed