June 20, 2026

ବନ୍ଧପାଲି ରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ

IMG-20240820-WA0025
Share

 

 

ବରଗଡ: ୧୯ା୮ (ଉପାନ୍ତ ଖବର) ବନ୍ଧପାଲି ଗ୍ରାମରେ ୧୬୩ତମ ଗଙ୍ଗାଧର ମେହେର ଜୟନ୍ତୀ ବନ୍ଧପାଲି ଗ୍ରାମ ବାସୀ ବୃନ୍ଦ , ମେହେର ସମାଜ ଓ ଝାଏଁରେ କଲାପଟା ସାହିତ୍ୟ ସ°ସଦ ର ମିଲିତ ଉଦ୍ୟମ ସହିତ ମହାସମାରୋହରେ ପାଲିତ ହୋଇଯାଇଛି। ପ୍ରଥମେ କବି ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ର ସହିତ ଗ୍ରାମ ପରିକ୍ରମା କରାଯାଇ ଥିଲା । କବି ଗଙ୍ଗାଧର ମେହେରଙ୍କ ଆଳୋଚନା ଚକ୍ର ରେ ସଭାପତି ନବୀନ କିଶୋର୍ ଗହିର ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ଝାଏଁରେ କଲାପଟା ସାହିତ୍ୟ କୁଟୁମ୍ ର ସମ୍ପାଦକ ଭରତ ନାଏକ ସ୍ଵାଗତ ଭାଷଣ ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବନ୍ଧପାଲି ଶିଶୁ ମନ୍ଦିରର ଭଉଣୀ ମାନଙ୍କ ଦ୍ବାରା ପ୍ରାଥମିକ ସଙ୍ଗିତ ଗାନ କରାଯାଇଥିଲା ।ମୂଖ୍ୟ ବକ୍ତା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ରଙ୍କ ଗଙ୍ଗାଧର କାବ୍ୟ ଉପରେ ଆଲୋଚନା ଦର୍ଶକ ଙ୍କ ମନ କୁ ଛୁଇଁ ପାରିଥିଲା । ମୂଖ୍ୟ ଅତିଥି ପଦ୍ମ ଶ୍ରୀ ଡଃ ହଲଧର ନାଗ ଙ୍କ ସ୍ବରଚିତ ”ଋଷି କବି ଗଙ୍ଗାଧର ” କାବ୍ୟ ର ଆଲୋଚନା ସହିତ ସମ୍ବଲପୁରୀ ଶାଢ଼ୀ ବିଷୟ ରେ ବହୁତ ସୁନ୍ଦର କବିତା ଗାନ କରି ଲୋକଙ୍କ ମନ କୁ ଜିଣି ପାରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମ ର ଗୈାତିଆ ଜିତ ସାହୁ,ସନ୍ତୋଷ ଦାଶ ,ଓ ବନ୍ଧପାଲି ଗ୍ରାମ ର ସରପଞ୍ଚ ରମେଶ ମେହେର ଯୋଗଦାନ କରିଥିଲେ।ସଭା ପରିଚାଳନା ରେ ସହଯୋଗ କରିଥିଲେ ହରିହର ମେହେର, ଧନେଶ୍ଵର ମେହେର, ବିନାୟକ ମେହେର, ଲକ୍ଷ୍ମୀ ମେହେର,ନବୀନ ମେହେର,ମୋତିରାମ ମେହେର, ଭାଗିରଥି ବିଭାର୍, ଲଲିତ ମେହେର, ଦିଗାମ୍ବର ମେହେର ,ହିରାଧର ମେହେର,ଭଲ୍‌ଟୁ ମେହେର,ଟିକେଶ୍ଵର ମେହେର,ହେମସାଗର ମେହେର,କମଳ ପ୍ରସାଦ ମେହେର, ଓ ଯୁଧିଷ୍ଠିର ମେହେର। ଶେଷରେ ଦୁତିଆ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)

You may have missed