ମାଗଣା ଚକ୍ଷୁ ପରୀକ୍ଷା ଶିବିର ..
ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାନପଲ୍ଲି ସରକାରୀ ଉ. ପ୍ରା ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଚିକିତ୍ସା ଶିବିର ଆୟୋଜୀତ ହୋଇଯାଇଛି । ଏଥିରେ ପାନପଲ୍ଲି, ଗଣ୍ଡକୁଳ, ମଲ୍ଲିପୁରା, ବାଲିଆ ରୁ ୧୫୦ଶହ ଜଣ ଲୋକ ମନେ ମାଗଣାରେ ଆସି ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।ସେମାନଙ୍କ ମଧ୍ୟରୁ ୫୦ ଜଣ ଲୋକ ଚକ୍ଷୁ ପରୀକ୍ଷା କରି ଚଷମା ନେଇଥିଲେ ଓ ୮୫ ଜଣ ଲୋକମାନେ ଚକ୍ଷୁ ପରୀକ୍ଷା କରି ମେଡ଼ିସିନ ନେବା ସହ ଅନ୍ୟ ୧୫ ଜଣ ଲୋକେ ମୋତିଆବିନ୍ଦୁ ରୋଗୀ ଚିହ୍ନଟ ହୋଇଥିଲେ। ଚିହ୍ନଟ ଲୋକ ମାନଙ୍କୁ କଟକ ରୋଟାରୀ ଚକ୍ଷୁ ହସ୍ପିଟାଲ୍ ପଠାଗଲା ସେଠାରେ ରୋଗୀ ମାନଙ୍କୁ ରହିବା, ଖାଇବା ପରିବହନ ଓ ଚିକିତ୍ସା ମାଗଣାରେ କରାଯିବ। ପୂର୍ବରୁ ବିଭିନ୍ନ ଜାଗାରେ ଚକ୍ଷୁ ପରୀକ୍ଷା କରାଯାଇଛି ଚିହ୍ନଟ ଲୋକ ମାନଙ୍କୁ ଚିକିତ୍ସା ପାଇଁ ପଠାଇଥିଲୁ ଓ ଆଗମୀ ଦୀନରେ ଆମ ମୂଖ୍ୟ ଉଦେଶ୍ୟ ସ୍ବାସ୍ଥ୍ୟ ଯାହାକି ଲୋକେମାନେ ଭଲ ହେବେ ସେଥି ପାଇ ମେଗା ହେଲ୍ଥ କ୍ୟାମ୍ପ କରିବୁ ବୋଲି ସ୍ମଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ପରି ପ୍ରକାଶ କରି ଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
